ଆଧାରକାର୍ଡ ପୋଡି ଘଟଣା,ଡାକପିଅନ ନିଦେ୍ର୍ଧାଶରେ ଖଲାସ
ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ୨୦୧୬ ମସିହାରେ ଶଙ୍ଖୋ ପୋଷ୍ଟ ଅଫିସରେ ଘଟିଥିବା ଆଧାରକାର୍ଡ ପୋଡା ଘଟଣାର ବିଚାର କରି ଆଜି ଡାକ ପିଅନ ପ୍ରାଣବଲ୍ଲବ ଯେନାକୁ ଆନନ୍ଦପୁର ଏସଡିଜେଏମ ନିଦେ୍ର୍ଧାଶରେ ଖଲାସ କରିଛନ୍ତି । ପ୍ରାଣବଲ୍ଲବ ଯେନା ଶଙ୍ଖୋ ପୋଷ୍ଟ ଅଫିସରେ ଡାକପିଅନ ଭାବେ କାର୍ଯ୍ୟ କରୁଥିବାବେଳେ ଗତ ୨୦୧୬ରେ ଡାକ ମାଧ୍ୟମରେ ଆସିଥିବା ଆଧାରକାର୍ଡ ଗୁଡିକୁ ଲୋକଙ୍କୁ ନବାଣ୍ଟି ପୋଡି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ତତକାଳୀନ ପୋଷ୍ଟାଲ ଓଭରସିୟର ଏହାର ଅନୁଧ୍ୟାନ କରିବାପରେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ନନ୍ଦିପଦା ଥାନା କେସନଂ ୨୮ ତା ୧୦/୩/୨୦୧୬ରେ ଦଫା ୪୦୯.୪୨୭ରେ ମାମଲା ରୁଜୁ ହୋଇଥିଲା । ଏନେଇ ଆନନ୍ଦପୁର କୋର୍ଟର କେସନଂ ଜିଆର କେସନଂ ୧୮୬/୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଆନନ୍ଦପୁର ଏସ.ଡି.ଜେ.ଏମ ଶିବାନୀ ଆଚାର୍ଯ୍ୟ ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ ପ୍ରମାଣ ଅଭାବରୁ ଅଭିଯୁକ୍ତ ପ୍ରାଣବଲ୍ଲବକୁ ନିଦେ୍ର୍ଧାଷର ଖଲାସ କରିଛନ୍ତି । ମୁଦାଲାଙ୍କ ପକ୍ଷରୁ ଆଡଭୋକେଟ ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।