ଆଧାର ନଥିବାରୁ ଭତ୍ତା ଦେଉ ନାହାନ୍ତି ପିଇଓ

ହାଟଡ଼ିହି : ପନ୍ଦାଡୋ ପଞ୍ଚାୟତରେ କିଛି ଗରିବ ଅସହାୟ ବୃଦ୍ଧବୃଦ୍ଧା ସେମାନଙ୍କ ଆଧାର କାର୍ଡ ନଥିବାରୁ ଚଳିତ ମାସ ଭତ୍ତା ପାଇବାରୁ ବଞ୍ଚିତ ହୋଇ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବୟସ ଅଧିକ ହୋଇଯାଇଥିବାରୁ ସେମାନଙ୍କ ଅଙ୍ଗୁଳିଛାପ ହୋଇପାରୁ ନଥିବାରୁ ସେମାନଙ୍କ ଆଧାର ବାହାରି ପାରୁ ନଥିବାରୁ ସେମାନଙ୍କୁ ଭତ୍ତା ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପନ୍ଦାଡୋ ପଞ୍ଚାୟତ ପାଗିଳୀ ଜେନା ନାମକ ଜଣେ ଭତ୍ତା ପାଉଥିବା ହିତାଧିକାରୀ ବାରମ୍ବାର ଆଧାରକାର୍ଡ ପାଇଁ ଯାଇ ନିରାଶ ହୋଇ ଫେରୁଛନ୍ତି । ତାଙ୍କର ଆଙ୍ଗୁଳିଛାପ ଠିକ ହୋଇପାରୁ ନଥିବାରୁ ତାଙ୍କର ଆଧାର ବାହାରି ପାରୁ ନାହିଁ । ସେ ପୁର୍ବମାସ ମାନଙ୍କରେ ନିୟମିତ ଭତ୍ତା ପାଇ ଆସୁଥିବାବେଳେ ଗତମାସ ଠାରୁ ତାଙ୍କୁ ଭତ୍ତା ଦିଆଯାଉ ନାହିଁ । ପଞ୍ଚାୟତର ନିର୍ବାହୀ ଅଧିକାରୀ ଆଧାର ନହେଲେ ଭତ୍ତା ବନ୍ଦ ବୋଲି କହି ଫେରାଇ ଦେବାରୁ ପାଗିଳୀ ଅସାହାୟ ହୋଇପଡି ବିଡିଓ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି । ଖାଲି ଏହି ଜଣେ ବ୍ୟକ୍ତି ନୁହନ୍ତି ଏହିପରି ୭ଜଣ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଆଧାର ନହେଲେ ଭତ୍ତା ଦିଆ ନଯିବାର ନିୟମ ନଥିବାବେଳେ କିପରି ଭତ୍ତା ବନ୍ଦ କରାଯାଉଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ହିତାଧିକାରୀ । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ ବୁଝି ପଦକ୍ଷେପ ନେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ