ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ସତସଙ୍ଗ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଵସ୍ତୁବାଦୀ ଦୁନିଆଁରେ ମାୟା, ମୋହ, ଅର୍ଥ, କାମନା ପଛରେ ଲୋକେ ଗୋଡାଉଛନ୍ତି । ଯାହାଫଳରେ ସମାଜରେ ଭ୍ରଷ୍ଟାଚାର, ଦୁର୍ନୀତି, ଅଶାନ୍ତ, ପାରିବାରିକ ହିଁସା, ବ୍ୟଭିଚାର ବଢ଼ିଚାଲିଛି । ଏହାକୁ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ,ଭାତୃତ୍ବ,ଭାଇଚାରା, ଶାନ୍ତି ,ମେତ୍ରୀ ସୁସଂସ୍କାର ଆବଶ୍ୟକତା ରହିଛି ।ଜୀବନ ଓ ଜୀବିକା ପାଇଁ ଅର୍ଥ ଆବଶ୍ୟକ ତା\’ମାନେ ନୁହଁ ଅନ୍ୟାୟ, ଅନୀତି, ପରଶ୍ରୀକାତରତା, ଅସାମଜିକତା, ମଦ, ମାଂସକୁ ନେଇ ଶୃଙ୍ଖଳିତ ଜୀବନକୁ ଅଶୃଙ୍ଖଳିତ କରି ସମାଜରେ ଅସ୍ଥିରତା ସୃଷ୍ଟି କରିବା ସହ ନିଜେ ଏକ ଅଶାନ୍ତ ଜୀବନ ବିତାଇବା । ଓଡ଼ିଆ ପୁଅ ସମାଜର ମହାନ ଶାନ୍ତି ଓ ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆ ରାଇରଙ୍ଗପୁର ଗସ୍ତରେ ଆସି ସ୍ଥାନୀୟ ଶାନ୍ତି ପେଲେସରେ ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଧ୍ୟାତ୍ମିକ ଜୀବନ ବିତାଇବାର ମାର୍ଗଦର୍ଶନ ଦେଇଥିଲେ ।ଭଗବତ୍ ଗୀତା ଜୀବନକୁ କିଭଳି ଜିଇଁଵାର ରାସ୍ତା ଦେଖାଇଛି ।ଧର୍ମ ଓ ନ୍ୟାୟ ପଛରେ ଥିବା ସହ ସତକର୍ମ, ସତସଙ୍ଗ, ସମାଜସେବା, ସମସ୍ତଙ୍କୁ ଆପାଣାର ମାନିବା, ସମାଜ ସେବାରେ ସମର୍ପିତା ହେବି ସହ ଦୈନନ୍ଦିନ ଜୀବନରେ ଗୀତାର କିଛି ଅଂଶ ପଠନ କଲେ ଜୀବନ ଶାନ୍ତିରେ ଓ ଶୃଙ୍ଖଳିତ ଭାବରେ ଗତି କରିବ । ନିଜେ ଶୃଙ୍ଖଳିତ ହେଲେ ସମାଜ ମଧ୍ୟ ଶୃଙ୍ଖଳିତ ହେବ ବୋଲି ସମସ୍ତଙ୍କୁ ଉପଦେଶ ବାଣୀ ଶୁଣାଇଥିଲେ । ସତସଙ୍ଗରେ ବିଭିନ୍ନ ଆଡୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ବାବାଙ୍କ ଶିଷ୍ୟ ଓ ଶିଷ୍ୟା ପ୍ରମୁଖ ଉପସ୍ଥିତ ରହି ସତସଙ୍ଗରେ ସାମିଲ ହୋଇ ବାବାଙ୍କ ଆଶୀର୍ବାଦ ନେଇଥିଲେ । ଋଷିଆ ଓ ୟୂକ୍ରେନ ଯୁଦ୍ଧ ବନ୍ଦ ହେଉ ଓ ଶାନ୍ତି ପ୍ରତିଷ୍ଠା ନେଇ ଦୁଇ ମିନିଟ୍ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ