ଆଧ୍ୟାତ୍ମିକ ପୁସ୍ତକ ‘ଅମୃତ ପ୍ରୟାସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଡ଼ଭୋକେଟ୍ ଉପମା ସାମଲଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ଅମୃତ ପ୍ରୟାସ’ ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ କହିଲେ ଯେ, ‘ଅମୃତ ପ୍ରୟାସ’ ପାଠକୀୟ ଆଦୃତି ଲାଭ କରିପାରିବ । ଏଥିପାଇଁ ରାଜ୍ୟପାଳ ଉପମା ସାମଲଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ଉତ୍ସବରେ ଉଫୁନାର ଅଧ୍ୟକ୍ଷ ଆଡ଼ଭୋକେଟ ମନୋରଞ୍ଜନ ପଟ୍ଟନାୟକ, ପୂର୍ବତନ ସି.ବି.ଆଇ ଜଜ୍ ଶ୍ରୀ ଭିକାରୀ ଚରଣ ରାଉତ, ସମାଜସେବୀ ସରୋଜ ଶତପଥୀ ବଂ ଉଫୁନାର ମହାସଚିବ ଡକ୍ତର ଦ୍ୱୀପାୟନ ପଟ୍ଟନାୟକ ରାଜ୍ୟପାଳଙ୍କୁ ବିଶ୍ୱ ଜାତିସଂଘର କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦାନ କରିଥିଲେ । ସିବିଆଜି ଜଜ ଶ୍ରୀ ଭିକାରୀ ଚରଣ ରାଉତଙ୍କ ଦ୍ୱାରା ଲିଖିତ ଆତ୍ମ ଚରିତ ପୁସ୍ତକ ‘ଜୀବନ ଦର୍ପଣ’ ଓ ଉପନ୍ୟାସ ‘ଗୋଧୂଳି ପ୍ରୟାସ’କୁ ରାଜ୍ୟପାଳଙ୍କ ପାଠାଗାର ପାଇଁ ପ୍ରଦାନ କରାଯାଇଥିଲା ।