ଆଧ୍ୟାତ୍ମିକ ମହାସମ୍ମିଳନୀ ଅନୁଷ୍ଠିତ
ଗୋପାଳପୁର , (ଯୁଗାବ୍ଦ ନ୍ୟୁଜ) : ଗୋପାଳପୁରସ୍ଥିତ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟର ପ୍ରଭୁ ରିଟ୍ରିଟ ସେଟ ଠାରେ ମାଉଣ୍ଟଆବୁର ୧୦୪ ବର୍ଷୀୟା ଅନ୍ତରଷ୍ଟ୍ରୀୟ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଡା. ଦାଦୀ ଜାନକୀଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀର “ପରମାତ୍ମା ଶକ୍ତି ଦ୍ୱାରା ସୁବର୍ଣ୍ଣ ଯୁଗର ପ୍ରସ୍ତୁତି” ବିଷୟ ବସ୍ତୁକୁନେଇ ଆଲୋଚନା କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରକମରେ ଡ. ଦାଦୀ ଜାନକୀଜୀ ଉଦବୋଧନ ଦେଇ ଆମେ ସମସ୍ତ ଏକ , ଏକ ଆତ୍ମା , ପରମାତ୍ମାଙ୍କ ଅମର ସନ୍ତାନ ଏବଂ ସାରା ବିଶ୍ୱ ଏକ ପରିବାର ଏହି ଭାବନାକୁ ମନରେ ଧାରଣା କରିବା ଦ୍ୱାରା ଜୀବନରେ ସତ୍ୟତା , ସରଳତା , ନମ୍ରତା , ଧୈର୍ଯ୍ୟ ଆଦି ସଞ୍ଚାର ହୁଏ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଲଣ୍ଡନରୁ ଆସିଥିବା ବ୍ରହ୍ମକୁମାରୀ ଭଗିନି ଯେମିନି ଆଲୋଚ୍ୟ ବିଷୟରେ ବକ୍ତବ୍ୟ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିିଥି ଭାବେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ , ସମ୍ମାନୀତ ଅତିଥୀ ଭାବେ ଓଡିଶା ଲୋକାୟୁକ୍ତର ସଦସ୍ୟ ଭ୍ରାତା ଦେବବ୍ରତ ସ୍ୱାଇଁ , ଗଞ୍ଜାମ ଓ ଗଜପତି ମୁଖ୍ୟ ସଂଚାଳିକା ରାଜଯୋଗିନୀ ମଞ୍ଜୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଭୁ ଉପହାର ରିଟ୍ରିଟର ସଂଚାଳିକା ବ୍ରହ୍ମାକୁମାରୀ ଭଗିନୀମାଳା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।