ଆନନ୍ଦପୁରରେ ବିଜେପିର ସାଂଗଠନିକ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଆନନ୍ଦପୁର ନଗରରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ମାର୍ଗଦର୍ଶନରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆନନ୍ଦପୁର ବିଧାନସଭା ଅନ୍ତର୍ଗତ ଆଠଟି ସାଂଗଠନିକ ମଣ୍ଡଳର ସଭାପତି, ପ୍ରଭାରୀ, ସାଧାରଣ ସମ୍ପାଦକଙ୍କ ସମେତ ବିଧାନସଭାରୁ ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ପଦାଧିକାରୀଙ୍କ ସହ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଭଗବାନ ସାହୁ, ବିଜୟ ରାଉତ, ଗୋଲକ ଜେନା ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ । ବିଧାନସଭାର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଯୁବମୋର୍ଚ୍ଚାର ଯଜ୍ଞ ପ୍ରସାଦ, ରାଜ୍ୟ କୃଷ୍ଣକ ମୋର୍ଚ୍ଚାର ଶ୍ରୀଧର ସାହୁ, ସରୋଜ ସାହୁ, ରାଜ୍ୟ ମହିଳା ମୋର୍ଚ୍ଚାର ସୁମତୀ ଜେନା, ଜିଲ୍ଲା ସମ୍ପାଦକ ଦୀପକ ଜେନା, ଜିଲ୍ଲା ସମ୍ପାଦିକା ଅସୀମା ମିଶ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ଜିଲ୍ଲା ଏସ.ସି ମୋର୍ଚ୍ଚାର ସଭାପତି ସନ୍ତୋଷ ଜେନା, ଜିଲ୍ଲା ସାଂସ୍କୃତିକ ସେଲର ସଂଯୋଜକ ସୁଶାନ୍ତ ଜେନା, ବୁଣାକାର ସେଲର ସଂଯୋଜକ ବ୍ରଜ କିଶୋର ଦାସ, ଜିଲ୍ଲା କାର୍ଯ୍ୟାଳୟର ସହ ପ୍ରମୁଖ ଜୟଦେବ ଗିରି, ଜିଲ୍ଲା ସୋସିଆଲ ମିଡିାର ପ୍ରମୁଖ ସବୀର ଦାସ ପ୍ରମୁଖ ବୈଠକରେ ଯୋଗଦେଇଥିଲେ । ଉପସଭାପତି ନିରାକାର ଦଳେଇ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ସଭାପତି ରାଜ୍ୟ ସାଧାରଣ ସମ୍ପାଦକ ତୃଣମୁଳ ସ୍ତରରୁ ଦଳକୁ କିପରି ସୁସଂଗଠିତ କରାଯାଇ ପାରିବ ସେନେଇ କର୍ମକର୍ତ୍ତା ମାନଙ୍କୁ ଦିଗଦର୍ଶନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ