ଆନନ୍ଦପୁର ପ୍ରେସ କ୍ଲବର ଗୁରୁତ୍ୱପୁର୍ଣ୍ଣ ବୈଠକ, ଅଶ୍ଳୀଳ ଭାଷାରେ ଖବର ପ୍ରକାଶକୁ ନେଇ ନିନ୍ଦା
ହାଟଡ଼ିହି, , କେନ୍ଦୁଝର ଜିଲା ହାଟଡିହି ବ୍ଲକର ହଦଗଡ଼ ଡାକବଙ୍ଗଳାରେ ଆନନ୍ଦପୁର ପ୍ରେସ କ୍ଲବର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଗୋପାଳକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ସନ୍ତୋଷ ରାଉତ, କୋଷାଧ୍ୟକ୍ଷ ଦିଲୀପ ମିଶ୍ର, ପୂର୍ବତନ ସଭାପତି ଲୋକନାଥ ସିଂ, ଶ୍ରୀକୁମାର ମିଶ, ବରିଷ୍ଠ ସଦସ୍ୟ ଶତୃଘ୍ନ ସାହୁ, ମଦନ ପାଣି, କିଶୋର ଆଚାର୍ଯ୍ୟଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଲବର ନିଜସ୍ୱ ଗୃହ ନଥିବାରୁ ନାନା ସମସ୍ୟା ଦଖାଦେଉ ଥିବା ନେଇ ଆଲୋଚନା କରାଯିବା ସହିତ ତୁରନ୍ତ ଆନନ୍ଦପୁର କିମ୍ବା ଘସିପୁରା ଠାରେ ପ୍ରେସ କ୍ଲବ କାର୍ଯ୍ୟାଳୟ ଖୋଲିବାକୁ ଅନୁମୋଦନ ହୋଇଥିଲା । ଆସନ୍ତା ଦିନେ ଦୁଇ ଦିନ ଭିତରେ କୌଣସି ଏକ ଭଡ଼ା ଘରେ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତି ହୋଇଥିଲା । ସେହିପରି କ୍ଲବର ଜନୈକ ସଦସ୍ୟ ନିଜର ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ଅଧିକାରୀଙ୍କ ନାମରେ ଅଶ୍ଳିଳ ଭାଷାରେ ଖବର ପ୍ରକାଶ କରୁଥିବାରୁ ଏହାକୁ ନେଇ ସଂଘ ପକ୍ଷରୁ ନିନ୍ଦା ପ୍ରକାଶ କରାଯାଇଥିଲା । ଏପରି ଖବର ପ୍ରକାଶ ପାଉଥିବାରୁ ପ୍ରେସ କ୍ଲବର କର୍ମକର୍ତା ଓ ଅନ୍ୟ ସଦସ୍ୟ ମାନେ ସମାଲୋଚନାର ଶିକାର ହେଉଥିବାରୁ ଏଭଳି ଖବର ପ୍ରକାଶ ନକରିବାକୁ ସଦସ୍ୟ ମାନେ ମତ ଦେବା ସହ ସଂପୃକ୍ତ ସଦସ୍ୟଙ୍କୁ ଏ କ୍ଷେତ୍ରରେ କ୍ଲବ ପକ୍ଷରୁ ନୋଟିସ କରିବାକୁ ଆଲୋଚନା ହୋଇଥିଲା । କ୍ଲବର ସଂଗଠନ ବୃଦ୍ଧି, କ୍ଲବର ଉତ୍ତୋରତ୍ତର ଉନ୍ନତି ପାଇଁ ସଦସ୍ୟମାନେ ଧ୍ୟାନ ଦେବାନିହାତି ଜରୁରୀ ବୋଲି ସଭାପତି ଶ୍ରୀ ରାଉତ କହିଥିଲେ । ନୂତନ ସଦସ୍ୟ ଭାବେ ସ୍ୱପ୍ନେଶ ପଣ୍ଡା ଓ ଲଲାଟେନ୍ଦୁ ଧୀରଙ୍କୁ ସଂଘରେ ସାମିଲ କରାଯାଇଥିଲା । କ୍ଲବର କିଭଳି ନିଜସ୍ୱ ପାଣ୍ଠି ବୃଦ୍ଧି ହେବ ବିଭିନ୍ନ ସାମାଜିକ କ୍ଷେତ୍ରରେ ସଂଘ ସହଯୋଗର ହାତ ବଢ଼ାଇବ ସେଥି ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ଭଳି ପ୍ରେସ କ୍ଲବ ପକ୍ଷରୁ କରାଯାଉଥିବା ବାଣିଜ୍ୟ ମେଳା ସମ୍ପର୍କରେ ଆଲୋଚନା କରାଯାଇ ଚଳିତବର୍ଷ ଅକ୍ଟୋବର ମାସରେ ମେଳା ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା । ଶେଷରେ କିଶୋର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସରୋଜ ପରିଡ଼ା, ଯଶୋବନ୍ତ କର, ପ୍ରଦ୍ୟୁମ୍ନ ହଜାରୀ, ପ୍ରକାଶ ହଜାରୀ, ବ୍ରଜକିଶୋର ଓଝା, ଅନନ୍ତ ପହି, ଅମିୟ ବରାଳ, ପ୍ରଦୀପ ହଜାର.ଗୋପିନାଥ ପାତ୍ର, ରାଜୀବ ଜେନା, ସ୍ୱପ୍ନେଶ ପଣ୍ଡା, ସୁବୋଧ ଦାସ, ଭରତ ମିଶ୍ର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।