ଆନନ୍ଦମାର୍ଗ ଜାଗୃତି ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବେତନଟୀ,(ଉଦିତ କୁମାର ପରିଡା) : ବେତନଟୀ ବ୍ଲକ ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତର ବ୍ରହ୍ମପୁରାଠାରେ ଥିବା ଆନନ୍ଦମାର୍ଗ ଜାଗୃତି ବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ସମାଜସେବୀ ଶିବନାରାୟଣ ଘୋଷଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ରାଉତ, ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଯୋଗେନ୍ଦ୍ର ଆଚାର୍ଯ୍ୟ, ସମ୍ମାନନୀୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ଗିରି, ସମାଜସେବୀ ମନମୋହନ ମିଶ୍ର, ସମାଜସେବୀ ହରିଶ୍ଚନ୍ଦ୍ର ସାହାଣୀ, ବିଦ୍ୟାଳୟର ସମ୍ପାଦକ ସଞ୍ଜୟ ପ୍ରଧାନ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଜେନା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦୌଡ, ପୁଚି, ଝିଲିପି ଡିଆଁ , ଅଙ୍କ କଷା, ସାଧାରଣ ଜ୍ଞାନ ପ୍ରଭୃତି ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ସରେନ, ସୁମୀ ପାତ୍ର, ଇପସିତା ସେଠି, ଶିକ୍ଷକ ଶରତ ଚନ୍ଦ୍ର ଗିରୀ, କେଶବ ଚନ୍ଦ୍ର ଦାସ, ଅଞ୍ଜଳୀ ପ୍ରଧାନ ଓ ଅଭିଭାବକ ଦନାର୍ଦ୍ଦନ ବିନ୍ଧାଣୀ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ