ଆନନ୍ଦମାର୍ଗ ବିଦ୍ୟାଳୟରେ ବ୍ୟକ୍ତିତ୍ୱ ବିକାଶ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକ ଅନ୍ତର୍ଗତ ଫୁଲାଡ଼ି ଆନନ୍ଦମାର୍ଗ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ସମ୍ପର୍କିତ ଦୁଇଦିନିଆ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଶନିବାର ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଆନନ୍ଦମାର୍ଗ ସେବାଦଳ ସମ୍ପାଦକ ଆଚାର୍ଯ୍ୟ ରସଧୀରାନନ୍ଦ ଅବଧୂତ ଉଦଘାଟନ କରିବା ସହ ସାମ୍ପ୍ରତିକ ସ୍ଥିତିରେ ଲୋକଙ୍କଠାରେ ହ୍ରାସ ପାଇଥିବା ସଂସ୍କାର ଓ ସାମାଜିକ ମୂଲ୍ୟବୋଧ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ଯୁବ ଓ ଛାତ୍ରଙ୍କୁ ସଂସ୍କାର, ସ୍ୱାସ୍ଥ୍ୟବାନ, ସଂଯମ ଓ ଧୈର୍ଯ୍ୟବାନ କରାଇବା ପାଇଁ ନିୟମିତ ଯୋଗ, ପ୍ରାଣାୟମ ଓ ଧ୍ୟାନର ଆବଶ୍ୟକତା ସମ୍ପର୍କରେ ସେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ସତ୍ୟ ସୁଧାନନ୍ଦ ଅବଧୂତ, ଆଚାର୍ଯ୍ୟ ବିଶ୍ୱେସ୍ୱରାନନ୍ଦ ଅବଧୁତ, ଆଚାର୍ଯ୍ୟ ରସଘନାନନ୍ଦ ଅବଧୂତ, ଉତ୍କଳ ସମାଜ ସମ୍ପାଦକ ଡ. ଭାସ୍କର ଚନ୍ଦ୍ର ଜେନା, ବ୍ରହ୍ମଚାରିଣୀ ସୁଚେତା ଆଜାର୍ଯ୍ୟ, ମୋନାଲିସା ପୃଷ୍ଟି ପ୍ରମୁ୍‌ଖ ଏଥିରେ ଯୋଗଦେଇ ଯୁବ-ଛାତ୍ରଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ଯୋଗ ଓ ପ୍ରାଣାୟମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଆନନ୍ଦ ମାର୍ଗ ସେବାଦଳ ଭୁକ୍ତ ପ୍ରଧାନ ଅମୀୟ ପାତ୍ର ଏବଂ କମାଣ୍ଡର ପ୍ରବୋଧ କୁମାର ନନ୍ଦୀ ଶିବିରାର୍ଥୀମାନଙ୍କୁ ଯୋଗ ପ୍ରାଣାୟମ ପ୍ରଶିକ୍ଷଣ ଦେଇଥିଲେ । ଫୁଲାଡ଼ ସମେତ ଆଖପାଖ ଅଞ୍ଚଳରୁ ବହୁ ଛାତ୍ର ଯୁବ ଏଥିରେ ଅଂଶଗ୍ରହଣ କରିଥିଲେ । ୨୦ ଓ ୧୧ ତାରିଖ ଦୁଇଦିନ ଧରି ଏହି ଶିବିର ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ