ଆନନ୍ଦମାର୍ଗ ୟୁନିଭର୍ସାଲ ଟିମ୍ ପକ୍ଷରୁ ଶୁଖିଲା ଖାଦ୍ୟ, ମାକ୍ସ ବଣ୍ଟନ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିସ୍ଥିତି ବେଳେ ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ ଟିମ୍ ବନ୍ତ ଶାଖା ପକ୍ଷରୁ ଘରପଦା, ଦୋଳପଦୀ ଆଦିବାସୀ ସାହି, ବସନ୍ତିଆ ଓ ନନ୍ଦିପଦା ଆଦିବାସୀ, ହରିଜନ ସାହି, ପୁରୁଷୋତ୍ତମପୁର ଓ ବନ୍ତ ହରିଜନ ସାହିର ଅସହାୟ ଓ ଭୂମିହୀନ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ, ମାକ୍ସ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ଡାକ୍ତର ମୂରଲୀଧର ସୂତାର, ଅନିମା ଜେନା, ଆନନ୍ଦମାର୍ଗୀ ସନ୍ୟାସିନୀ ରେଣୁକା ବ୍ରହ୍ମଚାରିଣୀ, ଦେବବନ୍ଦିତା ସାମଲ, ଲକ୍ଷ୍ମୀଧର କାଣ୍ଡି, ସୁରେନ୍ଦ୍ର ପାତ୍ର, ସାର୍ଥକ ରଞ୍ଜନ ବିଶ୍ୱାଳ, ଧିରେନ୍ଦ୍ର ଜେନା, ଅଲେଖ ବିଶ୍ୱାଳ ସହଯୋଗ କରିଥିଲେ ।