ଆନନ୍ଦ ଆଶ୍ରମରେ ଜନ୍ମଦିନ ପାଳିଲେ ବିଜୟଲକ୍ଷ୍ମୀ ଦାଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ୟୁନିଟ୍ ୩ ସ୍ଥିତ ବୃଦ୍ଧାଶ୍ରମ ଆନନ୍ଦ ଆଶ୍ରମ ପରିସରରେ ସମାଜସେବିକା ବିଜୟଲକ୍ଷ୍ମୀ ଦାଶଙ୍କ ୨୯ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଅସହାୟ ବୃଦ୍ଧ ବଦ୍ଧାମାନଙ୍କୁ ରନ୍ଧା ଖାଦ୍ୟ ବଂଟନ ସହ ଗୋଟିଏ ଗ୍ରାଇଣ୍ଡର ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ସୁବିଧା ନିମେନ୍ତ ପ୍ରଦାନ କରାଯାଇଥିଲା । କେକ୍ କାଟିବା ଓ ମହମବତୀ ଲଗାଇ ଲିଭାଇବା ପରମ୍ପରାକୁ ବାଦ୍ ଦେଇ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଶୁଭଜନ୍ମୋତ୍ସବ ଉକ୍ତ ଆଶ୍ରମରେ ପାଳନ କରାଯାଇଥିଲା । ଯାହାକି ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ଉକ୍ତ ଆଶ୍ରମର ମୁଖ୍ୟ ପରିଚାଳକ ପଦ୍ମଚରଣ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଂଟିଆ, ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ସାହୁ, ଆଶୁତୋଷ ଉପସ୍ଥିତ ରହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ପିଙ୍କିନା ପ୍ରଧାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ