ଆନନ୍ଦ ଉଲ୍ଲାସ ରେ ହୋଲି ପାଳିତ ଶେରଗଡ
ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ସହର ଓ ଏହାର ଆଖପାଖ ଅଞ୍ଚଳରେ ପାଳିତ ହୋଇଛି ହୋଲି ପର୍ବ। ଏଥିପାଇଁ ସମଗ୍ର ସହର ସହ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି। ପରିବାର ଓ ବନ୍ଧୁ ବର୍ଗ ଙ୍କ ସମେତ ସାଙ୍ଗ ସାଥି ଓ ଆତ୍ମୀୟ ପରିଜନ ଙ୍କ ସହ ଲୋକେ ହୋଲି ଉତ୍ସବ ପାଳନ କରିଥିଲେ। ପରସ୍ପରକୁ ଅବିର ବୋଳିବା ସହ ମିଠା ଖୁଆଇ ଥିଲେ। ଦିନ ତମାମ ସହରରେ ହୋଲି ପର୍ବର ଆସର ଜମିଥିଲା। ବିଭିନ୍ନ ସ୍ଥାନରେ ନାଚ ଗୀତର ଆସର ଦେଖିବାକୁ ମିଳିଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଭାଈଚାରାର ପର୍ବ ହୋଲି କୁ ଉପଭୋଗ କରିଥିଲେ ଏବଂ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ପର୍ବ ସମସ୍ତ ଙ୍କ ମନରେ ଆନନ୍ଦ ଉଲ୍ଲେଖ ଭରି ଦେଉ ବୋଲି ହୋଲି ପାଳନ କରୁଥିବା ବ୍ୟକ୍ତି ବିଶେଷ ମାନେ ପ୍ରକାଶ କରିଥିଲେ।