ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ-‘ଭିଜନ ୨୪’ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା କ୍ରୀଡା ସଂଘ ଆନୁକୂଲ୍ୟରେ ବରିଷ୍ଠ ଓ ୧୯ବର୍ଷରୁ କମ ପୁରୁଷ ବର୍ଗର ଆନ୍ତକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ -‘ଭିଜନ ୨୪’ ସ୍ଥାନୀୟ ପରମିଟ ପଡ଼ିଆରେ ବୁଧବାର ଉଦଘାଟିତ ହୋଇଯାଇଛି । କ୍ରୀଡା ସଂଘର ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ଓ ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ସଂଘର କର୍ମକର୍ତ୍ତାମାନେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସ ମ୍ୟାଚ ପାଇଁ ଉପସ୍ଥିତ ଖେଳାଳିଙ୍କ ସହ କରମର୍ଦ୍ଦ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ । ଏହି ଏଥିରେ ସଂଘର ଯୁଗ୍ମ ସଂମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ଓ ସଞ୍ଜୟ କୁମାର ଲେଙ୍କା ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଂଟର ପ୍ରତ୍ୟେକ ମ୍ୟାଚ ୫୦ ଓ଼ଭର ବିଶିଷ୍ଟ ହେବ ବୋଲି କ୍ରୀଡ଼ା ସଂଘ ପକ୍ଷରୁ କୁହାଯାଇଛି । ପ୍ରଥମ ଦିନର ଉଦଘାଟନୀ ମ୍ୟାଚ ବାଲେଶ୍ୱର କ୍ରକେଟ ଆସୋସିଏସନ ଓ ସୋର କ୍ରିକେଟ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚକୁ ଅଶ୍ୱିନୀ କୁମାର ସାମଲ ଓ ସ୍ୱରୂପ ଯୋଶେଫ ଆମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ଏସବି ସିମରନ ସ୍କୋରର ଭାବେ ଦାୟତ୍ୱ ତୁଲାଇ ଥିଲେ । କ୍ରୀଡ଼ା ସଂଘର କ୍ରିକେଟ ଦାୟିତ୍ୱରେ ଥିବା ଯୁଗ୍ମ ସମ୍ପାଦକ ସୁଜୟ କୁମାର ଆଚାର୍ଯ୍ୟଙ୍କ ସହ ଅଜିତ ପାତ୍ର, ବିଜୟ ପାଢୀ, ଅମିତ ଅମିତାଭ ମହାକୁଡ, ଦିଲୀପ ଜେନା ପ୍ରମୁଖ ପୁରାତନ ଖେଳାଳି ଏବଂ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ