ଆନ୍ତଃଜିଲ୍ଲା ତଥା ଆନ୍ତଃରାଜ୍ୟକୁ ଯାତାୟତ ପାଇଁ ଜିଲ୍ଲାପାଳ ଓ ତହସିଳଦାରଙ୍କ ଅନୁମତି

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାରେ ଜିରୋ କରୋନା ପଜିଟିଭ ପରେ ଗଞ୍ଜାମ ଜିଲ୍ଲାପାଳ ଲକ୍‌ଡ଼ାଉନ୍ କଟକଣାକୁ କେତେକ ମାତ୍ରାରେ କୋହଳ କରିଛନ୍ତି । ତେବେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ଓ ମାସ୍କ୍ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିବା ବେଳେ ଦୁଇ ଚକିଆ ଯାନରେ ଜଣେ ମାତ୍ର ଯିବା ପାଇଁ ଅନୁମତି ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପରିସ୍ଥିିତିରେ ଯାତାୟତ ତଥା ଜିଲ୍ଲା ଭିତରେ ଓ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯିବା ପାଇଁ ଅନୁମତି ବା ପାସ୍‌ର ଆବଶ୍ୟକ ପାଇଁ କେବଳ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କ ଅନୁମତି ଆବଶ୍ୟକ । ଏହି ପାସ୍ ପାଇଁ କେତେକ ଜନସାଧାରଣ ପୋଲିସ ତଥା ଏସ୍‌ପିଙ୍କ ଦ୍ୱାରସ୍ଥ ହେଉଥିବା ବେଳେ ଆଉ କେତେକ ଲୋକେ ଥାନାକୁ ଯାଉଥିବା ନଜିର ରହିଛି, ଏହି ପରିସ୍ଥିତିରେ ଥାନାକୁ ଆସି କିମ୍ବା ଆରକ୍ଷ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଅଯଥା ସମୟ ନଷ୍ଟ ନକରିବାକୁ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷ ପିନାକୀ ମିଶ୍ର ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବା ଅନ୍ୟ ରାଜ୍ୟକୁ ଯିବାକୁ ହେଲେ କୌଣସି ପୋଲିସ ବରିଷ୍ଠ ଅଧିକାରୀ ଜିଲ୍ଲ ବା ଥାନା ଅଧିକାରୀ ଏନେଇ କୌଣସି ପାସ୍ ଜାରି କରିପାରିବେ ନାହିଁ । ଏଥି ପାଇଁ ଆପଣଙ୍କୁ ତହସିଲଦାର , ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳଙ୍କ ଦ୍ୱାରା ଅଧିକୃତ ଯେକୌଣସି ଅଧିକାରୀ ହିଁ ଆପଣଙ୍କୁ ଏହି ପାସ୍ ପ୍ରଦାନ କରିପାରିବେ । ତେଣୁକରି ଯଦି ଆପଣଙ୍କୁ ଆନ୍ତଃଜିଲ୍ଲା ଓ ରାଜ୍ୟକୁ ଯିବାକୁ ହୁଏ ତେବେ ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଉପରୋକ୍ତ ଅଧିକାରୀଙ୍କ ଅନୁମତି ନେବା ପାଇଁ ଅନୁରୋଧ କରାଯାଇଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପାସ୍ ପ୍ରଦାନ କରାଯାଏ ନାହିଁ । ସେହିପରି ଜିଲ୍ଲା ମଧ୍ୟରେ ଚିକିତ୍ସା ସମେତ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ଯାତାୟତ ପାଇଁ ଜନସାଧାରଣଙ୍କୁ କୌଣସି ପ୍ରକାର ପାସ୍‌ର ଆବଶ୍ୟକତା ନଥିବା ସୂଚନା ଦିଆଯାଇଛି । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ ପ୍ରାଶାସନ ଦ୍ୱାରା ପ୍ରଦତ ନିୟମକୁ ମାନି ଚଳନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ