ଆନ୍ତଃଜିଲ୍ଲା ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରକ୍ରିୟାରେ ସରକାରଙ୍କ ପାତରଅନ୍ତର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତବର୍ଷ ନଭେମ୍ବର ୨୦୨୩ ମସିହା, ଆନ୍ତଃଜିଲ୍ଲା ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ପ୍ରକ୍ରିୟାରେ ଆଶାୟୀ ବହୁ ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକୀୟ ପ୍ରମାଣପତ୍ର ସହ ଆନଲାଇନ ପୋର୍ଟାଲରେ ଆବେଦନ କରିଥିଲେ । ସେମାନଙ୍କ ଆବେଦନ ପ୍ରକ୍ରିୟାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଉପଯୁକ୍ତ ଯାଞ୍ଚ କରି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ (ଡିଇଇ)ଙ୍କ ପାଖକୁ ପଠାଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ତା ୦୪.୦୯.୨୦୨୪ରିଖ ଓ ତା ୦୫.୦୯.୨୦୨୪ରିଖରେ ପ୍ରକାଶିତ ଜିଲ୍ଲାୱାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଦମ୍ପତ୍ତି ଯାଞ୍ଚ ପ୍ରକ୍ରିୟାରେ ଷାଠିଏରୁ ଉର୍ଦ୍ଧ୍ୱ ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ତାଲିକାରେ ସ୍ଥାନ ଦିଆଯାଇ ନାହିଁ । କାହା ଭୁଲ୍ ପାଇଁ ସେମାନେ ବଦଳି ପ୍ରକ୍ରିୟାରୁ ବାଦ୍ ପଡ଼ିଲେ ତାହା ଏକ ପଶ୍ନବାଚୀ ସୃଷ୍ଟି ହୋଇଛି । ଆବେଦନ ସମୟରେ ଉଭୟ ଦମ୍ପତ୍ତି ପ୍ରାଥମିକ ଶିକ୍ଷକ / ଶିକ୍ଷୟିତ୍ରୀମାନେ ଆବଶ୍ୟକୀୟ ପ୍ରମାଣପତ୍ରକୁ ଆବେଦନ ପୋର୍ଟାଲରେ ଦାଖଲ କରିଥିବା ସତ୍ତ୍ୱେ ନୂଆ କରି ବଦଳି ପୋର୍ଟାଲକୁ ନିୟନ୍ତ୍ରଣ କରୁଥିବା ହିଯାଚି ସଂସ୍ଥାର ସର୍ଭର ଓ ବୈଷୟିକ ଜନିତ ତୃଟି ଯୋଗୁଁ ସେମାନଙ୍କୁ ବଦଳି ପ୍ରକ୍ରିୟାରୁ ବଞ୍ôଚତ କରିବା ଦୁଃଖ ଏବଂ କ୍ଷୋଭର ବିଷୟ । ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ଅନ୍‌ଲାଇନ ପୋର୍ଟାଲରେ ଉପଲବ୍ଧ ଥିବା ସତ୍ତ୍ୱେ ଓ ପର୍ଯ୍ୟାୟକ୍ରମେ ବିଇଓ, ଡିଇଓଙ୍କ ଅନୁମୋଦନ ଲାଭ କରିବା ପରେ ମଧ୍ୟ ବହୁ ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏହି ବଦଳି ପ୍ରକ୍ରିୟାରୁ ବଞ୍ôଚତ କରି ସରକାର ଏକ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯାହା ବାଦ୍ ପଡ଼ିଥିବା ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଶ୍ଚର୍ଯ୍ୟ, ବ୍ୟଥିତ କରିଛି ଓ ସେମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ତେଣୁ ବିଭିନ୍ନ ଜିଲ୍ଲାରୁ ଭେରିଫିକେସନରୁ ବାଦ୍ ପଡ଼ିଥିବା ଆନ୍ତଃଜିଲ୍ଲା ଦମ୍ପତ୍ତି ଶିକ୍ଷକମାନେ ବାରମ୍ବାର ଶିକ୍ଷାମନ୍ତ୍ରୀ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏହାର ପୁନର୍ବିଚାର ପାଇଁ ଚିଠି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏ ଦିଗେର କୌଣସି ପଦକ୍ଷେପ ନେଇନାହାଁନ୍ତି । ଗତକାଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା (ପିଷ୍ଟା)ର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏକ ଶିକ୍ଷକ ପ୍ରତିନିଧି ଦଳ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ୍ କରି ବାଦ୍ ପଡ଼ିଥିବା ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବଶ୍ୟକୀୟ ପ୍ରମାଣପତ୍ରକୁ ପୁନଃ ଯାଞ୍ଚ କରି ବଦଳି ପ୍ରକ୍ରିୟାରେ ସାମିଲ୍ କରିବାକୁ ଦାବି କରିଛନ୍ତି । ମାନ୍ୟବର ଗଣଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ସମର ମଲ୍ଲିକ, ଗୋପବନ୍ଧୁ ସ୍ୱାଇଁ, ଦୀପକ ମହାପାତ୍ର, ବିଜୟ ସିଂ, ଗର୍ଲେ ମୋହନ, ଶେଷଦେବ ସାହୁ, ହରପ୍ରିୟା ସିଂ, ସୁକାନ୍ତି ସେଠୀ, ପାନୁ ସେଠୀ, ଛବିରାଣୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ