ଆନ୍ତଃରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେନ୍ଟ, ପନ୍‌ଚସଖା ଚମ୍ପିଅନ୍

ଯୋଡ଼ା (ଯୁଗାଦ୍ଦନ୍ୟୁଜ) ଚଳିତ ନଭେମ୍ବର ମାସ ୬ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତଃରାଜ୍ୟ ଫୁଟ୍‌ବଲ ଟୁର୍ଣ୍ଣାମେନ୍ଟରେ ଯୋଡା ବ୍ଲକର ବିଲେଇପଦା ପନ୍‌ଚସଖା-୧୧ ଦଳର ଖେଳାଳିମାନେ ଚମ୍ପିଅନ୍ ହୋଇ ଅଂଚଳ ପାଇଁ ଗୌରବ ଆଣିଛନ୍ତି । ମୟୁରଭଂଜ ଜିଲା କରଜିଂଆ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଆନ୍ତଃରାଜ୍ୟ ଫୁଟବଲ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ବିଲେଇପଦା ପନ୍‌ଚସଖା-୧୧ ଓ ଝାଡଖଣ୍ଡର କୂଳପଶି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପନ୍‌ଚସଖା-୧୧ ଦଳ ୨-୦ ଗୋଲରେ କୁଳପଶି ଦଳକୁ ପରାଜିତ କରି ଚମ୍ପିଅନ୍ ହୋଇଥିଲା । ବିଲେଇପଦା ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ପକ୍ଷରୁ ପନ୍‌ଚସଖା-୧୧ ଦଳରେ ଯୋଡା ବ୍ଲକର ବିରିକଳା, କଣ୍ଡରା, ଦେଓଝର, ଅଁସେଇକଳା ଓ ଚମକପୁର ଗ୍ରାମପନଚାୟତର ପ୍ରତିଭା ସମ୍ପନ୍ନ ଖେଳାଳୀଙ୍କୁ ଚୟନ କରି ଏହି ପ୍ରତିଯୋଗିତାରେ ଚମ୍ପିଅନ୍ କରାଇଥିବାରୁ ସ୍ଥାନୀୟ ଅଂଚଳରେ କମ୍ପାନୀର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି । କମ୍ପାନୀ ପକ୍ଷରୁ ଖେଳାଳିମାନଙ୍କୁ ଶୁଭେଛା ଜଣାଯାଇଛି । କମ୍ପାନୀର କର୍ମଚାରୀ ସଂଘର ସଭାପତି ସଂଜୟ କୁମାର ମହାନ୍ତ ସିଏସଆର ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ଏଭଳି ମହତ କାର୍ଯ୍ୟରେ ସହଯୋଗ ଲାଗି ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ