ଆନ୍ତଃର୍ଜାତୀୟ ଭଲିବଲ ଖେଳାଳି ମହମ୍ମଦ ରାଜାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ କେନ୍ଦ୍ରାପଡା ମାଟିର ପୁଅ ତଥା ଭଲିବଲ ଖେଳାଳି ମହମ୍ମଦ ରାଜାକୁ ସମ୍ବର୍ଦ୍ଧିତ କରାଯିବା ଉଦେଶ୍ୟରେ ଏକ ସଭା ସଭାପତି ରମଣୀ ରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହମ୍ମଦ ରାଜା ୨୧ ବର୍ଷ ବୟସରୁ କମ ଆନ୍ତର୍ଜାତୀୟ ଭଲିବଲ ବିଶ୍ୱ ଚମ୍ପିୟନସିପରେ ବାହାରିନ ଠାରେ ଭାରତ ପକ୍ଷରୁ ଖେଳି ଯେଉଁ ଗୈାରବ ଆଣିଛନ୍ତି ସେଥିପାଇଁ ତାଙ୍କର ଚଲାପଥ କୁସୁମିତ ହେଉ ଏବଂ ସେ ଆହୁରି ଆଗକୁ ଜିବା ପାଇଁ କମିଟି ପକ୍ଷରୁ କାମନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ କମିଟି ସଂଯୋଜକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ସହ ସମ୍ପାଦକ ସତ୍ୟବ୍ରତ ସିଂ, ୧୩ନମ୍ବର ୱାର୍ଡର କାଉନସିଲର ସେକ ଅସଲମଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିଚିତ୍ରାନନ୍ଦ ମହାନ୍ତି ଯୋଗଦେଇ ଆନ୍ତର୍ଜାତୀୟ ଭଲବଲ ଖେଳାଳୀ ମହମ୍ମଦ ରାଜାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ କେବଳ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ବା କେନ୍ଦ୍ରାପଡା ଜିଲ୍ଲା ନୁହେଁ ସାରା ଓଡିଶା ଆଜି ମହମ୍ମଦ ରାଜାଙ୍କ ପାଇଁ ଗର୍ବିତ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସରୋଜ ଜେନା, ଦିଲ୍ଲୀପ ପରିଡା, ରେଣୁବାଳା ସାମଲ, ସୁରେଶ ସାହୁ, ନରେନ୍ଦ୍ର ମଳ୍ଲିକ, କଳାକାର ସାହୁ, ସୈାମ୍ୟ ରଞ୍ଜନ ମହାନ୍ତି, ସୁବାଷ ଭଦ୍ର, ଯୁବନେତା ମାନସ ରଞ୍ଜନ ସାହୁ, ଅକ୍ଷୟ ପ୍ରିୟ ଦାସ, ନିରଞ୍ଜନ ବଳ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ରାଜାଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଉପସଭାପତି ଧିରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ