ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ କ୍ଲବ ପକ୍ଷରୁ ୧୦ଦିନଧରି ଚାଲିଥିବା ‘’କୁନା ଭାଇ’’ ମେମୋରିଆଲ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ଫାଇନାଲ ମ୍ୟାଚରେ ସେଣ୍ଟପିଟର ମୋହନା ସିକ୍ସ ସହ ଗୁମ୍ମା ସିକ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ସେଣ୍ଟପିଟର ମୋହନା ସିକ୍ସ୩-୦ରେ ଗୁମ୍ମାସିକ୍ସ କୁ ହରାଇ ଚମ୍ପିୟାନ ହୋଇଛନ୍ତି । ଉଦଯାପନୀ ଦିବସ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜନକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମାନୀତ ଅତିଥୀ ଭାବେ ଗୋପାଳପୁର ଟାଟା ଷ୍ଟିଲର ଗ୍ରାମୀଣ ବିକାଶ ସଂସ୍ଥା କାର୍ଯ୍ୟନିର୍ବାହୀଅଧିକାରୀ ଇଶ୍ୱର କୁମାର ପରିଡା, ଆଇଆରଇ କଂପାନୀର ଡିଜିଏମ ଗତିକୃଷ୍ଣ ନାୟକ ଓ ସୁରଶ କୁମାର ପାତ୍ର, ପୂର୍ବତନ କାଉନସିଲର ଏମ.ସମରେନ୍ଦ୍ର ସେନାପତି, ସିଏଚ୍ ଜନାର୍ଦ୍ଦନ ରେଡ୍ଡୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଚମ୍ପିୟାନ ସେଣ୍ଟପିଟର ମୋହନା ସିକ୍ସକୁ ଟ୍ରଫି ସହ ୧୭ହଜାର ଟଙ୍କା ପୁରସ୍କାର ଅତିଥୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବେଳେ ରନରସଫ ଗୁମ୍ମା ସିକ୍ସ କୁ ଟ୍ରଫି ସହ ୧୨ହଜାର ଟଙ୍କା ପ୍ରଦାନ କରାଯାଇଥିଲ।। ବେଷ୍ଟ ଖେଳାଳୀ ଭାବେ ଗୋଳାବନ୍ଧ ଦଳର ରାଜା ଙ୍କୁ ଟ୍ରଫି ସହ ବାଇ-ସାଇକେଲ ପ୍ରଦାନ କରାଯାଇଥିଲ।। ବେଷ୍ଟ ହିଟର ଭାବେ ଗୁମ୍ମା ଦଳର ନକ୍ସଲ ଙ୍କୁ ଟ୍ରଫିସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲ।। ବେଷ୍ଟ ନେଟର ଭାବେ ମୋହନା ଦଳର ଅତ୍ୟୁସ ନାୟକଙ୍କୁ ଟ୍ରଫିସହ ସୁନା ମୁଦି ପ୍ରଦାନ କରାଯାଇଥିଲ।। ବେଷ୍ଟ ଆକର୍ଷଣୀୟ ଖେଳାଳୀ ଭାବେ ମୋହନା ଦଳର ବାଦଲ ନାୟକଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲ।। ଏହାସହ ଛତ୍ରପୁର ଆଥେଲେଟିକ ଖେଳାଳୀମାନଙ୍କୁ ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧନା କରାଯାଇଥିଲ।। ସେହିପରି ଛତ୍ରପୁର ବହୁ କ୍ରିଡାବିତ୍ ମାନଙ୍କୁ କ୍ଲବ ପକ୍ଷରୁ ସମ୍ମାନୀତ କରାଯାଇଥିଲା ଆଜିର ସମସ୍ତ ମ୍ୟାଚକୁ ରେଫରି ଭାବେ ଶ୍ରୀନୁ ପଟ୍ଟନାୟକ, ଭାଷ୍ୟକାର ଭାବେ ଜି. ଜୟରାମ ରେଡ୍ଡୀ ଓ ମଣ୍ଟୁ ଲାଇନମ୍ୟାନ ଭାବେ ଧବଳ, ରାଜେଶ ଓ ରବି କାର୍ଯ୍ୟପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସନରାଇଜ ସ୍ପୋର୍ଟସ କ୍ଲବର ଉପଦେଷ୍ଟା ତାରକେଶ୍ୱର ପଣ୍ଡା, ଅମୀୟ କୁମାର ଧଳ, ପୂର୍ଣ୍ଣଚନ୍ଦ୍ର ବେହେରା , ସଭାପତି ଏଲ.ଶ୍ରୀନିବାସ ରାଓ, ଉପସଭାପତି ସମୀର କୁମାର ପଟ୍ଟନାୟକ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, ସହ ସମ୍ପାଦକ ଏସ.ଲିଙ୍ଗରାଜ ରେଡ୍ଡି, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ଆଇନ ପରାମର୍ଶ ଦାତା ରଂଜନ କୁମାର ମହାପାତ୍ର, ଅଡିଟର ତ୍ରିନାଥ ବେହେରା, ପରାମର୍ଶଦାତ ସୀମାଂଚଳ ସେଠୀ, କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ଚନ୍ଦ୍ର ସେଠୀ, ମାୟାଧର ଦାସ, ଏଚ.ଗୋବିନ୍ଦ ନାୟକ, ଇ.ସୁଧାକର ଦୋରା, ପି.ଚନ୍ଦ୍ରଶେଖର ରାଓ, ସିଲୁ ଙ୍କ ସମେତ ବହୁ ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଗତ ୩ତାରିଖ ଠାରୁ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।