ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଦାରିଙ୍ଗିବାଡିକୁ ହରାଇ ଫାଇନାଲରେ ମୋହନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ ଗୋଲଣ୍ଡା ଗ୍ରାମରେ ଚାଲିଥିବା ଗୈାରୀଶଙ୍କର ଓ ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଏବଂ ଆସିକା ଆଥଲେଟିକ ଆସୋସିଏସନ୍ ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ମ୍ୟାଚ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ରେ ଗଜପତି ଜିଲ୍ଲା ମୋହନା ସ୍ମାର୍ଟ ସିକ୍ସ ଭଲିବଲ ଟିମ୍ ଓ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଟିମ୍ ମଧ୍ଯରେ ଟକ୍କର ହୋଇଥିଲା । ଏଥିରେ ମୋହନା ଲଗାତାର ୩ ଟି ସେଟରେ ବିଜୟୀ ହୋଇ ପରବର୍ତ୍ତୀ ଫାଇନାଲ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ବୁଧବାର ମୋହନା ଏବଂ ବ୍ରହ୍ମପୁର ପାୱାର ସିକ୍ସ ଟିମ୍ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଆୟୋଜକ କମିଟି ଆବାହକ ରଞ୍ଜନ କୁମାର ପାଣିଗ୍ରାହୀ , ସମ୍ପାଦକ ଚିତ୍ରସେନ ଗୈାଡ , କୋଷାଧ୍ୟକ୍ଷ ପ୍ରଶାନ୍ତ ଗୈାଡ ଙ୍କ ସମେତ ଅନ୍ଯ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।