ଆନ୍ତଃ ଜିଲ୍ଲା ଭଳିବଲ ଟୂର୍ଣ୍ଣାମେଣ୍ଟ ଉଦଘାଟିତ ରେଡ୍ଡୀ ସିକ୍ସ କୁ ହରାଇ ପାୱାର ସିକ୍ସ ବିଜୟୀ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କାର୍ମେଲ୍ ସ୍କୁଲ୍ ରୋଡ ଠାରେ ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ୍ ପକ୍ଷରୁ ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଂଟ୍ ଉଦ ଘାଟିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଛତ୍ରପୁର ଏନ୍.ଏ.ସି. ର ଉପାଧ୍ୟକ୍ଷ ଜି. ପାପା ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ ଘାଟନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ସମିତି ସଭ୍ୟ ତଥା ପୂର୍ବତନ ସରପଂଚ ଏସ୍. ଚକ୍ରପାଣି ରେଡ୍ଡୀ ଛତ୍ରପୁର ଏନ୍.ଏ.ସି. ୯ ନଂ ୱାଡର କାଉନସିଲର ପ୍ରିତୀଛନ୍ଦା ସାମଲ, ୧୦ ନଂ ୱାଡର କାଉନସିଲର ଦେବାଶିଷ ମିଶ୍ର, ୧୧ ନଂ ୱାଡର କାଉନସିଲର ସନ୍ତୋଷି ସେଠୀ, ୟୁଥମାସ ସେବାସଂଘ ର ସଂପାଦକ ସୟଦମୁକ୍ତାର, ସ୍ୱର୍ଗତ ତାରା ପଣ୍ଡାଙ୍କ ସୁପୁତ୍ର କମଳ ପଣ୍ଡା. କଣମଣା ସରପଂଚଙ୍କ ପ୍ରତିନିଧି ବି.ସିମାଦ୍ରୀ ସମିତିସଭ୍ୟଙ୍କ ପ୍ରତିନିଧି ଜନାର୍ଦ୍ଦନ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଉଦଘାଟନ ମ୍ୟାଚରେ ବ୍ରହ୍ମପୁର ରେଡ୍ଡୀ ସିକ୍ସ ସହ ବ୍ରହ୍ମପୁର ପାୱାର ସିକ୍ସ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏଥିରେ ପାୱାର ସିକ୍ସ ବିଜୟୀ ହୋଇଥିଲା । ଆଜିର ମ୍ୟାଚକୁ ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ ର ଟୁର୍ଣ୍ଣାମେଂଟ୍ କମିଟି ସଭାପତି ତ୍ରିଲୋଚନ ବେହେରା, ସଂପାଦକ ସରୋଜ ବେହେରା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ସେଠି ଓ ଲକ୍ଷ୍ମୀ ନାରାୟଣ ପାତ୍ର, ମ୍ୟାନଜର ବିପ୍ର ଚରଣ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସଭ୍ୟ ଗୋବିନ୍ଦ ନାୟକ, ବାଲାଜୀ, ଶିବ, ମିଟୁ, ମଂଟୁ, ସୁକାନ୍ତ, ସନ୍ତ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ମ୍ୟାଚ୍କୁ ରେଫେରି ଭାବେ ଶ୍ରୀନୁ ପଟ୍ଟନାୟକ, ସ୍କୋରର ଭାବେ ଗୋବିନ୍ଦ ନାୟକ ଓ ଉଦଘାଷକ ଭାବେ ମଂଟୁ ଦାୟିତ୍ୱ ସୂଚାରୁ ରୁପେ ତୁଲାଇଥିଲେ ।