ଆନ୍ତଃ ଜିଲ୍ଲା ଭଳିବଲ ଟୂର୍ଣ୍ଣାମେଣ୍ଟ,ଦ୍ୱିତୀୟ ଦିନରେ ଅଡବା ସିକ୍ସ କୁ ହରାଇ ଦାରିଙ୍ଗିବାଡି ସିକ୍ସ ବିଜୟୀ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କାର୍ମେଲ୍ ସ୍କୁଲ୍ ରୋଡ ଠାରେ ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ୍ ପକ୍ଷରୁ ରବିବାର ଠାରୁ ଆରମ୍ଭ ହୋଇଥିବା ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ଓକିଲ ପଦ୍ମ ଚରଣ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସନ୍ତୋଷପୁର ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଲାଇ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ ଓ ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସୋମବାର ତଥା ଦ୍ୱିତୀୟ ଦିବସର ଏହି ମ୍ୟାଚରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ସିକ୍ସ ସହ ଗଜପତି ଜିଲ୍ଲାର ଅଡବା ସିକ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଦାରିଙ୍ଗବାଡି ସିକ୍ସ ବିଜୟୀ ହୋଇଥିଲା । ଆଜିର ମ୍ୟାଚକୁ ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ ର ଟୁର୍ଣ୍ଣାମେଂଟ୍ କମିଟି ସଭାପତି ତ୍ରିଲୋଚନ ବେହେରା, ସଂପାଦକ ସରୋଜ ବେହେରା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ସେଠି ଓ ଲକ୍ଷ୍ମୀ ନାରାୟଣ ପାତ୍ର, ମ୍ୟାନଜର ବିପ୍ର ଚରଣ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସଭ୍ୟ ଗୋବିନ୍ଦ ନାୟକ, ବାଲାଜୀ, ଶିବ, ମିଟୁ, ମଂଟୁ, ସୁକାନ୍ତ, ସନ୍ତ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ମ୍ୟାଚ୍କୁ ରେଫେରି ଭାବେ ଗୋବିନ୍ଦ ନାୟକ, ସ୍କୋରର ଭାବେ ମଣ୍ଟୁ ବେହରୋ ଓ ଉଦଘୋଷକ ଭାବେ ମଂଟୁ ଦାୟିତ୍ୱ ସୂଚାରୁ ରୁପେ ତୁଲାଇଥିଲେ ।