ଆନ୍ତଃ ଜିଲ୍ଲା ସଂଯୋଗ ରାସ୍ତା ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତ କସିପଡା ଠାରେ ଆନ୍ତଃ ଜିଲ୍ଲା ସଂଯୋଗୀକରଣ ଯୋଜନା ମାଧ୍ୟମରେ ଏକ ନୂତନ ରାସ୍ତା ନିର୍ମାଣ ପାଇଁ ଡିସେମ୍ବର ୧୬ ତାରିଖ ଦିନ ଭୂମିପୂଜା ଓ ଭିତ୍ତିପ୍ରସ୍ଥର ସ୍ଥାପନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା କସିପଡା ଠାରୁ ଗଞ୍ଜାମ ଜିଲ୍ଲା ସୀମା ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେବ। ସେହିପରି ଖୋର୍ଦ୍ଧା ସୀମାରୁ ବାଣପୁର ପର୍ଯ୍ୟନ୍ତ ମଧ୍ୟ ରାସ୍ତା ନିର୍ମାଣ ହେବ। ଏହି ରାସ୍ତା ନିର୍ମାଣ ଲାଗି ଅଞ୍ଚଳ ବାସିଙ୍କ ଦୀର୍ଘ ବର୍ଷର ଦାବି ଥିବା ବେଳେ କସିପଡା ଠାରୁ ବାଲୁଗାଁ ମାତ୍ର ୨୫ କିଲୋମିଟର ଦୂରତା ହେବ। ଯାହା ଫଳରେ ପୋଲସରା ଓ ବୁଗୁଡା ଠାରୁ ଖଲ୍ଲିକୋଟ ଦେଇ ବାଲୁଗାଁକୁ ଯିବା ପାଇଁ ରାସ୍ତାର ଦୂରତା ଅପେକ୍ଷା ପ୍ରାୟ ୪୦ କିମି କମ୍ ହେବ। ଯାହାକୁ ନେଇ ଅଞ୍ଚଳବାସୀ ଖୁସି ଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ କୈଲାସ ଚନ୍ଦ୍ର ବେହେରା, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବ୍ଳକ ବିଜେଡି ସମ୍ପାଦକ ଅଶୋକ ବିଷୋୟୀ, ରବି ନାୟକ ,ଯୁବ ବିଜେଡି ସଭାପତି ଗୋପାଳ କୃଷ୍ଣ ସାହୁ , ସଂପାଦକ ବାବୁଲି ପଟ୍ଟନାୟକ , ମଧୁପଲ୍ଲୀର ସୁଶାନ୍ତ କୁମାର ପୋଲେଇ , ରତ୍ନାକର ସାହୁ , ରଞ୍ଜନ ପାଣିଗ୍ରାହୀ , ପବିତ୍ର ରାଉତ ପ୍ରମୁଖ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ