ଆନ୍ତଃ ଜିଲ୍ଲା ସ୍ମରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଡମ୍ବାଳ ଠାରେ ଆନ୍ତଃ ଜିଲ୍ଲା ସ୍ମରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଭଲିବଲ ଖେଲ ଗତ ୧୭ ତାରିଖରେ ଆରମ୍ଭ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ପୂର୍ବତନ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲାପରିଷଦ ସଭ୍ୟ ଜଗନ୍ନାଥ ଭୂୟାଁ, ସରପଞ୍ଚ କୌଶଲ୍ୟା ଗମାଙ୍ଗ ପ୍ରମୁଖଙ୍କ ସହ ଅଞ୍ଚଳର ବହୁ ବରିଷ୍ଠ ତଥା ବିଶିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ । ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୋହନା ଦଳ ଚମ୍ପିଆନ ହୋଇଥିବା ବେଳେ ଗୁମ୍ମା ଦଳ ପରାସ୍ତ ହୋଇ ଉପବିଜେତା ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ପ୍ଲେୟାର ଭାବେ ଗୁମ୍ମାର ନକ୍ସଲ ମଣ୍ଡଳ, ବେଷ୍ଟ ହିଟର ଭାବେ ଗଂଜାମ ଜିଲ୍ଲା ପାଟପୁରର ସୁମନ ରେଡ୍ଡୀ, ବେଷ୍ଟ ନେଟର ଭାବେ ମୋହନାର ଅତୁଲ ଏବଂ ମ୍ୟାନ ଅଫଦି ମ୍ୟାଚ ଭାବେ ମୋହନାର ବବିନ ବିବେଚିତ ହୋଇଥିଲେ । ବିଜୟୀ ଦଳ ଏବଂ ସର୍ବଶ୍ରଷ୍ଠ ପ୍ରଦର୍ଶନକାରୀଙ୍କୁ ମୁଖ୍ୟ ଅତିଥି ଓ ଅତିଥି ମାନେ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଗୌରାଙ୍ଗ ଚରଣ, ମାଧବ ଖୁଣ୍ଟିଆ, ଜଗନ୍ନାଥ ପାତ୍ର, ଅମ୍ବିକା ପ୍ରସାଦ ସେଠୀ, ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।


