ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଶନିବାର ୫୨ ତମ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏହାକୁ ଉଦଘାଟନ କରିଥିଲେ।  ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ପ୍ରାଧ୍ୟାପକ ସାତ୍ୟକି ସାହୁ,  ପ୍ରାଧ୍ୟାପିକା ଆରତିବାଳା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି ଆମାଶ ପାଟମାଝୀ ସ୍ଵାଗତ ଭାଷଣ ଦେଇଥିଲେ। ବିଶ୍ବବିଦ୍ୟାଳୟ ଖେଳ ପ୍ରଶିକ୍ଷକ ରାଜେଶ ମହାନ୍ତି, ରେଫରୀ ସଚ୍ଚିଦାନଂଦ ଦାସ, ବିକାଶ ସିଂ, ରଶ୍ମିରଞ୍ଜନ ତ୍ରିପାଠୀ, ମୋଚି ରାମ ରଣସିଂ, ସୁବାସ ଗୌଡ, ପି ଆନନ୍ଦ ରାଓ, ପି ରମେଶ, ପ୍ରବିଣ କୁମାର ଖାଡ଼ଙ୍ଗା, ମାନସ କୁମାର ପ୍ରହରାଜ ପ୍ରମୁଖ ଆଜିର ୪ ଟି ମ୍ୟାଚକୁ ପରିଚାଳନା କରିଥିଲେ। ପ୍ରଥମ ମ୍ୟାଚ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ କୁ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା।  ଏଥିରେ ଫୁଲବାଣୀ ୨-୦ ସେଟରେ ବିଜୟ ହୋଇ ପରବର୍ତ୍ତୀ ରାଉଣ୍ଡ କୁ ପ୍ରବେଶ କରିଥିଲା।  ଦ୍ଵିତୀୟ ମ୍ୟାଚ ସି ଟି କଲେଜ ବ୍ରହ୍ମପୁର ଓ ଇନ୍ଦିରା ସ୍ମାରକୀ କଲେଜ ଚାନ୍ଦିପୁଟ ମଧ୍ୟରେ ଅନୁଷ୍ଠିତ ମ୍ଯାଚ ରେ ଚାନ୍ଦିପୁଟ ବିଜୟ ହୋଇଥିଲା।  ତୃତୀୟ ମ୍ୟାଚ ଆର୍ ଏନ୍ କଲେଜ ଦୁରା ଓ ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ମ୍ଯାଚ ହୋଇଥିଲା।  ଏଥିରେ ଦୁରା କଲେଜ ବିଜୟ ହୋଇ ସେମିଫାଇନାଲ୍ ରେ ପ୍ରବେଶ କରିଥିଲା।  ଚତୁର୍ଥ ମ୍ୟାଚ ସି ଟି କଲେଜ ବ୍ରହ୍ମପୁର ଓ କେ ଏସ ୟୁ ବି କଲେଜ ଭଞ୍ଜନଗର ମଧ୍ୟରେ ମ୍ଯାଚ ହୋଇଥିଲା।  ଏଥିରେ ସି ଟି କଲେଜ ବିଜୟ ହୋଇ ସେମିଫାଇନାଲ୍ କୁ ପ୍ରବେଶ କରିଛି। ରବିବାର ଅପରାହ୍ନରେ ଫାଇନାଲ ମ୍ଯାଚ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ