ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ  ବ୍ରହ୍ମପୁର ସିଟି କଲେଜକୁ ହରାଇ ରାୟଗଡା ଚାମ୍ପିୟନ 

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଦୁଇଦିନ ଧରି ଚାଲିଥିବା ୫୨ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ଯାଚ ବ୍ରହ୍ମପୁର ସିଟି କଲେଜ ଏବଂ ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା।  ରାୟଗଡା ୩-୦ ସେଟରେ ବିଜୟ ହୋଇ ଚାମ୍ପିୟନ ହୋଇଥିଲା।  କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ସେକ୍ରେଟାରୀ ପ୍ରଫେସର ଗଣେଶ ସେଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ପ୍ରାଧ୍ୟାପକ ସାତ୍ୟକି ସାହୁ,  ପ୍ରାଧ୍ୟାପିକା ଆରତିବାଳା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି ଆମାଶ ପାଟମାଝୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟ ଖେଳ ପ୍ରଶିକ୍ଷକ ରାଜେଶ ମହାନ୍ତି, ରେଫରୀ ସଚ୍ଚିଦାନଂଦ ଦାସ, ବିକାଶ ସିଂ, ରଶ୍ମିରଞ୍ଜନ ତ୍ରିପାଠୀ, ମୋଚି ରାମ ରଣସିଂ, ସୁବାସ ଗୌଡ, ପି ଆନନ୍ଦ ରାଓ, ପି ରମେଶ, ପ୍ରବିଣ କୁମାର ଖାଡ଼ଙ୍ଗା, ମାନସ କୁମାର ପ୍ରହରାଜ ପ୍ରମୁଖ ଆଜିର ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରିବାରେ ଅଧ୍ୟାପିକା ତୃପ୍ତି ମୟି ଦାସ, ରାଜଲକ୍ଷ୍ମୀ ରଥ, ସ୍ମରଣିକା ପାଢି,  ସସ୍ମିତା ଦାସ, ରାଜଶ୍ରୀ ନାୟକ, ଅଧ୍ୟାପକ ବାବୁଲା ପ୍ରଧାନ, ବୁଦ୍ଧି ନାଥ ବେହେରା,ହରିଶ ଭଟ୍ଟର, ବି ପି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ