ଆନ୍ତଃ ରାଜ୍ୟ ‘ଜିଲାନୀ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ’ ଉଦଯାପିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ଅଗ୍ରଣୀ କ୍ରିକେଟ ଅନୁଷ୍ଠାନ ଜାମଦା ବ୍ଳକର ବଡଦୁନ୍ଦୁ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୭ଦିବସୀୟ(୨୧ ରୁ ୨୭) ତାରିଖ ତୃତୀୟ ବାର୍ଷିକ ଆନ୍ତଃ ରାଜ୍ୟ ଜିଲାନୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଓଡିଶା,ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ୧୬ ଟି ବଛାବଛା ଦଳ ଖେଳରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲରେ ରାଇରଙ୍ଗପୁର ଟିମ ୧୦ ଓଭରରେ୧୧୧ ରନକରିଥିବାବେଳେ ଖଡଗପୁର ଟିମ ୭୮ ରନରେ ଅଲ ଆଉଟ ହୋଇଥିଲେ । ରାଇରଙ୍ଗପୁର ଟିମ ଚମ୍ପିଆନ ହୋଇଥିଲା ।ମେନ ଅଫ ଦି ମେଚ ଅଂଜନ ଏବଂ ମେନ ଅଫ ଦି ସିରିଜ ରାଜୁ ହୋଇଥିଲେ । ମୁଖ୍ୟ ଅତିଥି ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ରାଜ୍ୟର ପୂର୍ବତନ ଳାଜ୍ୟପାଳ ଦ୍ରୌପଦୀ ମୁର୍ମୁ,ମୁଖ୍ୟ ବକ୍ତା ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ଯୁବ ସାମାଜିକ କର୍ମି ବିଜୁ ଗୋପାଲ ଗୋପେବଂ ଜିଲ୍ଲା ପରିଷଦ ସଦସ୍ୟା ମଖୂମଣି ସୋରେନ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଊତ୍ସାହିତ କରିବା ସହ ପୁରଷ୍କୃତ କରିଥିଲେ । ମୁଖ୍ୟ ଅତିଥିକହିଥିଲେ ବାମନଘାଟୀ ଉପଖଣ୍ଡ ହେଉଛି ଖେଳର ଏନ୍ତୁଡିଶାଳ । ଏଠାରେ ବହୁ ଯୁବ ପ୍ରତିଭା ଅଛି । ଖେଳ ଦ୍ୱାରା ସେମାନଙ୍କର ଲୁକାୟିତ ପ୍ରତିଭାର ବିକାଶ ପାଇଁ ଏହି ଖେଳ ଆୟୋଜନ କରାଯାଇଥିଲା । ବଡଦୁନ୍ଦୁ ଖେଳ ପଢିଆ ୨୦ ଏକର ବିଶିଷ୍ଟ । ଏଠାରେ ଖେଳର ଭିତ୍ତିଭୂମି ନାହିଁ । ସରକାର ଶିଘ୍ର ପଡିଆର ପାଚେରୀ ଓ ଭିତ୍ତିଭୂମିର ବିକାଶ ପାଇଁ ଧ୍ୟାନ ଦେବା ଉଚି ବୋଲି କହିଥିଲେ । ଖେଳରେ ଚମ୍ପିଆନ ଦଳକୁ ୫୦,୦୦୦ଟଙ୍କା ଏବଂ ଟ୍ରଫି ଏବଂ ରନର୍ସ ଅପ୍ ଦଳକୁ ୩୦,୦୦୦ଟଙ୍କା ଏବଂ ଟ୍ରଫି ପୁରଷ୍କୃତ କରାଯାଇଥିଲା । ଅମ୍ପାୟର ଦାୟିତ୍ୱରେ ଏମଡି ଏଲାଜ ଏବଂ ମହମ୍ମଦ ଆଜିମୁଦ୍ଦୀନ ସୁଚାରୁରୂପେ ତୁଲାଇଥିବା ବେଳେ ରେଫେରୀ ଦାୟିତ୍ଵରେ ତନବୀର ଓ ଗୁଡୁ ନିଭାଉଥିଲେ । ୭ଦିନ ଧରି ୧୬ ଟି ଟିମ୍ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଦୁନ୍ଦୁ ଖେଳପଡିଆଟି କ୍ରିକେଟ ହିଁ କ୍ରିକେଟମୟ ହୋଇ ପଡିଥିଲା । ଖେଳ ଦେଖିବକୁ ବହୁ ସଂଖ୍ୟାରେ ଯବଗୋଷ୍ଠୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦୁନ୍ଦୁ କ୍ରିକେଟ କ୍ଲବର ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଖେଳ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ଦୁନ୍ଦୁ କ୍ରିକେଟ କ୍ଲବର ସଭାପତି ମହମ୍ମଦ ଅନଓ୍ବାରୁଲ ହକ୍ ଏବଂ ସମ୍ପାଦକ ମହମ୍ମଦ ଆଜର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ