ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସରେ ସଚେତନତା ପାଇଁ ପଥପ୍ରାନ୍ତ ନାଟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସ ଅବସରରେ ଜନ ସାଧାରଣଙ୍କୁ ସଚେତନତା କରିବା ପାଇଁ ପାରଳାଖେମୁଣ୍ଡି ସହରରେ  ପଥପ୍ରାନ୍ତ ନାଟକ ଆଜି ଆୟୋଜିତ ହୋଇଯାଇଛି. ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ଠାରେ ତୃତୀୟ ଲିଙ୍ଗୀମାନଙ୍କୁ ସମାଜରେ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି  ଏକ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇ ସାଧାରଣଙ୍କୁ ସଚେତନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମଧୁ ବରାଡ଼, ସମ୍ପାଦିକା ଜସ୍ମିନ ଶେଖ, ମୁଖ୍ୟତଃ ପଥପ୍ରାନ୍ତ ନାଟକକୁ ପରିଚାଳନା କରିଥିଲେ. ଆଜିର ଏହି କାର୍ଯ୍ୟକ୍ରମଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ