ଆନ୍ତରାଜ୍ୟ ବାଇକ ଚୋର ଗ୍ୟାଙ୍ଗ ଗିରଫ
ଚିତ୍ରକୁଣ୍ଡା, (ବିମଲକିଶୋର ମିଶ୍ର):ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା। ୪ ଟି ମୂଲ୍ୟବାନ ଚୋରି ମୋଟରସାଇକେଲ ଜବତ କରିବା ସହ ଚୋରି ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚିତ୍ରକୁଣ୍ଡା ପୋଲିସ। ଗତ କିଛିଦିନ ହେବ ଚିତ୍ରକୁଣ୍ଡା ଅଂଚଳରେ ବିନା ନମ୍ବର ପ୍ଲେଟରେ କିଛି ମୋଟରସାଇକେଲ ବୁଲୁଥିବା ପୋଲିସ ପାଖରେ ଖବର ଥିଲା।ଚିତ୍ରକୁଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସର ଏକ ଟିମ ପେଟ୍ରୋଲିଙ୍ଗ ଓ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ବିନା କାଗଜପତ୍ର ଥିବା ୨ଟି ମୋଟରସାଇକେଲ ଓ ଚାରି ଜଣଙ୍କୁ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଅଧିକ ତଦନ୍ତ ପରେ ସେମାନଙ୍କ ନିକଟରୁ ଆଉ ଦୁଇଟି ମୋଟର ସାଇକେଲ ଜବତ କରିଥିଲା ଚିତ୍ରକୋଣ୍ଡା ପୋଲିସ, ଗିରଫ ଚାରିଜଣ ହେଲେ ପଡୋଶୀ ଆନ୍ଧ୍ରପ୍ରଦେଶର ପି କୁମାର ଶିବା ଗ୍ରାମର ତନୁକୁ ଜିଲ୍ଲା ଇଷ୍ଟ ଗୋଦାଭରି ଆନ୍ଧ୍ର ପ୍ରଦେଶ, କୋଡା ସୁରେଶ ବାବୁ ଆଲୁରୀ ସୀତାରାମ ରାଜୁ, ଏ ହରି ସୂର୍ଯ୍ୟା ରାଜମନ୍ଦେରୀ, ଅନ୍ଧଭରପୁ ପ୍ରସାଦ ଗ୍ରାମ ଜଳାମାରୁ ଶ୍ରୀକାକୁଲମ ଜିଲ୍ଲା ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଗୋଟିଏ କେ ଟି ଏମ, ଗୋଟିଏ ଡ଼ିଉକ ୨୦୦, ଦୁଇଟି ବଜାଜ ପଲସର ମୋଟରସାଇକେଲକୁ ଜବତ କରିଛି ପୋଲିସ. ଏଭଳି ବହୁ ମୋଟରସାଇକେଲ ଗୁଡିକ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଚୋରି କରି ଚଢା ଦରରେ ଓଡ଼ିଶାରେ ବିକ୍ରି କରୁଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଥିବା ଚିତ୍ରକୁଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକା ପ୍ରକାଶ କରିଛନ୍ତି। ଚିତ୍ରକୁଣ୍ଡା ଥାନା କେସ ନଂ ୪୫ / ୩୭୯/,୩୪ ୧୨/୦୨/୨୦୨୪ ଅନୁଯାୟୀ କେସ ରେଜେଷ୍ଟ୍ରି କରାଯାଇ ଗିରଫ ଚାରି ଅଭିଯୁକ୍ତଙ୍କୁ ମାଲକାନଗିରି ଜିଲ୍ଲା କୋର୍ଟରେ ହାଜର କରାଯାଇଥିବା ଚିତ୍ରକୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।