ଆନ୍ତର୍ଜାତିକ ଗ୍ରାହକ ସୁରକ୍ଷା ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବସ୍ ଷ୍ଟାଣ୍ଡ ପରିସରରେ ମୋଟର ୟୁନିଅନ କାର୍ଯ୍ୟାଳୟ ଠାରେ ଗ୍ରାହକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଗ୍ରାହକ ଙ୍କ ନାର୍ଯ୍ୟ ଦାବି ଏବଂ ସ୍ବଚ୍ଛତା ପାଳନ ପାଇଁ ଗ୍ରାହକମାନଙ୍କର ସଚେତନତା ଓ ଜାଗରଣ ପ୍ରତିଟି ମୁହୂର୍ତ୍ତର ଜରୁରୀ ବୋଲି ଯୋଗଦେଇଥିବା ଅତିଥ ମଣ୍ଡଳୀ ଏବଂ ବୁଦ୍ଧିଜୀବୀମାନେ କହିଥିଲେ। ଏହି ଅବସରରେ ଜିଲ୍ଲା କାର୍ଯ୍ୟକାରୀଣି ସଭାନେତ୍ରୀ ତନୁଜା ଶତପଥୀ, ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ, କୋଷାଧ୍ୟକ୍ଷ ଶିଶିର ଭଞ୍ଜ ସାମନ୍ତ, ପୌରାଞ୍ଚଳ ସଭାପତି ଭାଗବତ ପାଢ଼ୀ, ବ୍ଲକ ସଭାପତି ରଞ୍ଜନ ମହାପାତ୍ର, ସଦସ୍ୟ ରଞ୍ଜନ ବିଷୋୟୀ, ଉପଦେଷ୍ଟା ଲିଙ୍ଗରାଜ ଦାଶ,ସଦସ୍ୟ କେଦାର ଶବର, ଦଣ୍ଡପାଣି, ଚକ୍ରଧର ନାୟକ ପ୍ରମୁଖ ଉପସ୍ଥିତ ରହି ଗ୍ରାହକ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ରାଜେନ୍ଦ୍ର ରଞ୍ଜିତଙ୍କୁ ଗ୍ରାହକ ମାନଙ୍କର ଅଧିକାର ସମ୍ପର୍କିତ ୬ଗୋଟି ମୌଳିକ ଅଧିକାର ଉଲ୍ଲେଖିତ ଏକ ଦାବି ତଥା ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ‘ହେଲ୍ପ’ ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ ।


