ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆନ୍ତର୍ଜଜାତିକ ନିରାପଦ ଗର୍ଭପାତ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି. ଡା.ପରେଶ ଚନ୍ଦ୍ର ନନ୍ଦିଙ୍କ ଅଧ୍ୟକ୍ଷୟତରେ ଅନୁଷ୍ଠିତ ଏହି ସଭରେ ମୁଖ୍ୟ ଅତିଥି ଭାବେ ଡା.ଅନୁପ କୁମାର ଘୋଷ ଯୋଗଦେଇ ତାଲିମ ପ୍ରାପ୍ତ ଚିକିତ୍ସକଙ୍କ ଦ୍ୱାରା ଗର୍ଭପାତ ନ କରାଇଲେ ସଂକ୍ରମଣ ହେବାର ସଂଭାବନା,ଜରାୟୁ କ୍ଷତ ବା ଛିଦ୍ର ହେବାର ସଂଭାବନା,ପୁନଶ୍ଚ ଗର୍ଭ ସଂଚାରରେ ଅସୁବିଧା ଓ କେତେକ କ୍ଷେତ୍ରରେ ମୃତ୍ୟୁ ହେବାର ସଂଭାବନା ଥାଏ ବୋଲି କହିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ଡା.ମୃତ୍ୟୁଞ୍ଜୟ ମିଶ୍ର,ଡିପିଏମ ଅନିଲ ମହାନ୍ତି ଓ ଏଲିନା ସାମଲ ପ୍ରମୁଖ ନିରାପଦ ଗର୍ଭପାତ ସମ୍ପର୍କରେ ଆଲୋଚନା କରିଥିଲେ.ଏହି ଅବସରରେ ନିରାପଦ ଗର୍ଭପାତ କ୍ଷେତ୍ରରେ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ସଂଚାର ଅଧିକାରୀ ରମଣୀ କାନ୍ତ ଭଞ୍ଜ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ