ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଜିଲ୍ଲା ଅବକାରୀ ବିଭାଗ ତରଫରୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ପୌରହିତ୍ୟ କରିଥିଲେ । । ସ୍ଥାନୀୟ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ସ୍କାଉଟ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିରାଟ ଧରଣର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭା-ଯାତ୍ରାକୁ ଗଜପତି ଜିଲ୍ଲାପାଳ ଶ୍ରୀ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜ କୁ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଏହାର ଚୋରାଚାଲାଣକୁ ରୋକାଯାଇପାରିବ ସଚେତନତା କରିବା । ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ସମାଜକୁ ସଚେତନ କରାଇବା ଏବଂ ବିଶେଷ କରି ଯୁବ ସମାଜ ଏଥିରୁ କିପରି ନିବୃତ୍ତ ରହିବେ ସେ ନେଇ ସାମାଜିକସ୍ତରରେ ସଚେତନତା କରିବା ଜରୁରୀ ବୋଲି  କହିଥିଲେ । ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠି ତାଙ୍କର ଅଭିଭାଷଣ ଦେଇ ଏକ ନିଶାମୁକ୍ତ ସମାଜ ଗଠନ କରିବାର ପ୍ରେରଣା ଦେଇଥିଲେ । ଏଥିରେ ଯୋଗଦାନ କରିଥିବା ଛାତ୍ର ଛାତ୍ରୀମାନେ ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ଶୁଣିଥିଲେ । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଅବକାରୀ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ