ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଦେବୀ ନଗର ସ୍ଥିତ ଡିଏଭି ପବ୍ଳିକ ସ୍କୁଲ ପରିସରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଧରାଶ୍ରୀ ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ଆଚାରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଛତ୍ରପୁର ସ୍କୁଲର ଅଧ୍ୟକ୍ଷ ଦୂର୍ଗା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଜେଜେବାପା ଜେଜେମା, ଅଜାଆଇ ମାନଙ୍କ ପଦ ବନ୍ଦନା କରି ସମ୍ମାନ ପ୍ରଦାନ କରାଯିବା ସହ ସେମାନଙ୍କ ମଧ୍ୟରେ କିଛି କୌତୁକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟି ସଦସ୍ୟ ବି ଶ୍ରୀନିବାସ, ଜି ଶେଷୁ ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।