ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଅକ୍ଟୋବର ପହିଲାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ବହୁ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ତାହା ସଠିକ୍ କାର୍ଯ୍ୟକାରୀ ହେଉନଥିବାରୁ କେତେକ ସଦସ୍ୟ ବୈଠକରେ ଉଦବେଗ ପ୍ରକାଶ କରିଥିଲେ । ଆସନ୍ତା ପହିଲାଦିନ ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିରରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ବୈଠକ ପଆରମ୍ଭରେ ପୂର୍ବତନ ବିଧାୟକ ଦିବଂଗତ ଗୋପନାରାୟଣ ଦାସଙ୍କ ବିୟୋଗରେ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେହିଭଳି ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ୭୭ତମ ଜନ୍ମଦିନ ଅବସରରେ ଉପସ୍ଥିତମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦାମୋଦର ନାୟକ, କମଳାକାନ୍ତ ବେହେରା, ଗୋପୀନାଥ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ବାସନ୍ତୀ କର, ସୀତାରାମ ପ୍ରଧାନ, ବିଷ୍ଣୁ ମହାନ୍ତି, ପ୍ରସନ୍ନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଯଶୋଦାନନ୍ଦନ ଆଶ୍‌, ଡ. ପଦ୍ମଲୋଚନ ପାତ୍ର, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ ବେଣୁଧର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅର୍ଚ୍ଚନା ନନ୍ଦୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ