ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ପୁନର୍ବାସ ପକ୍ଷରୁ ସଚେତନତା ଶୋଭାଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ଅଧିକାର, ସଚେତନତା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମମାନଙ୍କର ସମ୍ବିଧାନ ପ୍ରଦତ୍ତ ଅଧିକାର ସମ୍ପର୍କରେ ଅବଗତ କରାଇବା ସହିତ ଭିନ୍ନକ୍ଷମମାନଙ୍କ ଅଧିକାର ନିୟମ ୨୦୧୭ର ମୁଖ୍ୟାଂଶର ଲିଫଲେଟ ବଣ୍ଟନ କରାଯାଇଥିଲା । ଏଥି ସହିତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଲୋକମାନଙ୍କୁ ସଚେତନ କରାଇବା ସହିତ ଭିନ୍ନକ୍ଷମମାନେ କିପରି ସୁବିଧାରେ ଅନଲାଇନରେ ପଞ୍ଜିକୃତ ହୋଇପାରିବେ ସେ ସମ୍ପର୍କରେ ସଚେତନ କରାଇଥିଲେ । ଏହି ଶୋଭାଯାତ୍ରା କେନ୍ଦ୍ରାପଡା ସହରର ମାଧପୁର ଠାରୁ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡ ଓ ସାନ୍ତସାହି ଛକ ପର୍ଯ୍ୟନ୍ତ ଅତିକ୍ରମ କରି ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଜିଲ୍ଲା ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ବରିଷ୍ଠ ଶଲ୍ୟ ଚିକିତ୍ସକ ଡା. ବୀରେନ୍ଦ୍ର କୁମାର ଦାଶ ଓ ୧୦ ନମ୍ବର ୱାର୍ଡ କାଉନ୍‌ସିଲର୍ ରଶ୍ମିତା ସିଂ ପ୍ରମୁଖ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ଭିନ୍ନକ୍ଷମ ସାମାଜିକ କର୍ମର୍ୀ ଧନଞ୍ଜୟ ସାହୁ, ଅମୀୟ କୁମାର ବିଶ୍ୱାଳ, ଉଦୟ କୁମାର ରାଉତ ଓ ପୁର୍ନବାସର ମୁଖ୍ୟ ଉପଦେଷ୍ଟା ଡା. ବିରଜା ରାଉତରାୟ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୁନର୍ବାସ ପକ୍ଷରୁ ଶେଷଦେବ ପ୍ରସାଦ ଦାସ, ମହମ୍ମଦ ଜାହିଦ୍ ଖାନ, କମଳା କାନ୍ତ ବେହେରା, ପ୍ରାକ୍ତନ କାଉନସିଲର ପ୍ରଶାନ୍ତ କୁମାର ସିଂ, ଲଳିତେନ୍ଦୁ ପଣ୍ଡା, ପ୍ରଦ୍ୟୁମ୍ନ ବେହେରା, ସଂଜୀବ୍ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଏହି ସଚେତନତା ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ