ଆନ୍ତର୍ଜାତିକ ମହିଳା ଦିବସରେ ସମ୍ବର୍ଦ୍ଧିତ ହେଲେ କୁଞ୍ଜ ସାମଲ

ନିମାପଡ଼ା,( ସନ୍ତୋଷ କୁମାର ଦାଶ): ଆନ୍ତର୍ଜାତିକ ମହିଳା ଦିବସ ରେ ନିମାପଡ଼ା ଜନତା ଦଳ ର ପୂର୍ବତନ ଉପାଧ୍ୟକ୍ଷ ,ଭୁ – ଉନ୍ନୟନ ବ୍ୟାଙ୍କ୍ ର ଉପ ସଭାପତି , ବିଜୁ ଜନତା ଦଳ ରୁ ୬ ଥର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କୁଞ୍ଜଳତା ସାମଲ ଙ୍କୁ ଶଙ୍ଖ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନପତ୍ର ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।ଏହି ଅବସରରେ ଶିକ୍ଷାବିତ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀ ବିଜେଡ଼ି ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ ଙ୍କ ନେତୃତ୍ୱରେ ଏକ ରାଲି ହରିପୁର ବଜାର ଠାରୁ ନିମାପଡ଼ା ଦେଇ ଚାରିଛକ ଠାରେ ପହଞ୍ଚିଥିଲା ।୧୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ସ୍ବାଇଁ ଙ୍କ ସଭାପତିତ୍ବରେ ଚାରିଛକ ସ୍ଥିତ ମା ବିଳାସିନୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଓ ସ୍ଵାଗତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସୁବ୍ରତ ଛାଟୋଇ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ୨୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ମଲ୍ଲିକ ,୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ଲତା ମଲ୍ଲିକ, ସମାଜସେବୀ କସ୍ତୁରୀ ସ୍ୱାଇଁ,ବରିଷ୍ଠ ନେତା ସତ୍ୟବାଦୀ ମହାପାତ୍ର ,ଭାଗ୍ୟଧର ଖଟୋଇ, ସରୋଜିନୀ ନାୟକ , ଏରବଙ୍ଗ ସରପଞ୍ଚ ରଶ୍ମିରେଖା ଦାସ, ନାଗପୁର ସରପଞ୍ଚ ପଦ୍ମାପର୍ଣ୍ଣl ଦଳାଇ, ବୀଣାପାଣି ସ୍ବାଇଁ ,ବିଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତୀୟ ମହିଳା ଦିବସ ଉପରେ ଆଲୋକପାତ କରିବା ସହିତ ସମ୍ବର୍ଦ୍ଧିତ ହୋଇଥିବା ଶ୍ରୀମତୀ କୁଞ୍ଜ ଲତା ସାମଲ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀମତୀ ସାମଲ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବାରୁ ବିଜୁ ଜନତା ଦଳର କର୍ମୀ ଓ ନେତା ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି ।ଏହି ମର୍ମରେ ଶ୍ରୀ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।ଶ୍ରୀ ପଟ୍ଟନାୟକ ଗାଁ କୁ କାମ ମା କୁ ସମ୍ମାନ ଦେବା ସହ ମହିଳା ମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ଏବଂ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ଗଠନ କରିଥିଲେ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ।ତେଣୁ ଆଜି ଓଡ଼ିଶା ର ୭ ଜଣ ମହିଳା ସମ୍ବର୍ଦ୍ଧିତ ହୋଇଥିବା ବେଳେ ନିମାପଡ଼ା ର କୁଞ୍ଜ ଗୁରୁମା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଯେପରି ୬ ଟି ଜିଲ୍ଲା ପରିଷଦ ଦୁଇଟି ବ୍ଲକ ର ଅଧ୍ୟକ୍ଷ ଓ ୪୬ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ସହିତ ୱାର୍ଡ ସଭ୍ୟ ମାନେ ବିଜୟୀ ହେବେ ସେଥିଲାଗି ସମସ୍ତେ ଏକ ମନ ଦେଇ ଦଳକୁ ଆଗେଇ ନେବାକୁ ଶ୍ରୀ ଛାଟୋଇ ଉପସ୍ଥିତ ଦଳୀୟ କର୍ମୀ ଓ ମହିଳା ମାନଙ୍କୁ ଆହ୍ବାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ