ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସାରା ଭାରତ ବର୍ଷରେ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରଯୋଉଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ଅଂଚଳର ବହୁ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଲିଫଲେଟ, ବ୍ୟାନର ଧରି ସ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ । ପରବର୍ତୀ ସମୟରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷ ଗୃହରେ ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ସମାଜରେ ନାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କଅଁର ପ୍ରମୂଖ ମଂଚାସୀନ ଥିଲେ । ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଯୋଗୁଁ , ଏହାର ନିରାକରଣ ସକାଶେ ଜନ ସଚେତନ ଏକାନ୍ତ ଆବଶ୍ୟକ ବୋଲି ମଂଚାସୀନ ଅତିଥି ମାନେ କହିଥିଲେ । ଏହି ଅବସରରେ ୨ ଟି କନ୍ୟା ସନ୍ତାନ ଥିବା ସତ୍ୱେ ଫେମିଲି ପ୍ଳାନିଂ କରିଥିବା ହିଞ୍ଜିଳିକାଟୁ ବ୍ଳକ ଆଲପୁର ଗ୍ରାମର ଟୁକୁନି ଦଳାଇ ଓ ହିଞ୍ଜିଳିକାଟୁ ପୌରାଂଚଳ ବାପୁଜି ମାର୍ଗର ସୁଶିଳା ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ମାମିନି ମହାନ୍ତି, ଗିତାଂଜଳି ପ୍ରଧାନ, ଅମ୍ବିକା ପ୍ରଧାନ, ବି. ପୁଷ୍ପାଂଜଳି, ସରିତା ସାହୁ, ପିଙ୍କି ରାଉତ, ସସ୍ମିତା ପାତ୍ରଙ୍କ ସମେତ ୭ ଜଣ ହେଲପରଙ୍କୁ ଉପଢୈକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶିକ୍ଷାର ଉନ୍ନତି ସକାଶେ ବିଜୁ କନ୍ୟା ରାତ୍ନ ଯୋଜନାରେ ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅମ୍ବିକା ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଭିଭିପାଟ ମେସିନର ବ୍ୟବହାର ସମ୍ପର୍କରେ ପ୍ରଦର୍ଶନ କରାଯିବା ସହ ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ ଓ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ଶାରଦା ଶତପଥୀ, ଜେ. ଲକ୍ଷ୍ମୀ, ବନଜା ବେହେରା, ସୋନାଲି ବେହେରା, ବାସନ୍ତି ଦେବି, ମିନତି ପଟ୍ଟନାୟକ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ