ଆନ୍ତର୍ଜାତିକ ମାନବାଧିକାର ରକ୍ଷକ କର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ର ରାଜ୍ୟ ଚେୟାରମେନ ମୀନକେତନ ପଟନାୟକ ଯୋଗଦେଇ ଏହି ସଂସ୍ଥାର ଆଭିମୁଖ୍ୟ ନେଇ କହିଥିଲେ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ର ଜିଲ୍ଲା ସଭାପତି ରଞ୍ଜନ ମହାପାତ୍ର , ଜିଲ୍ଲାର ମହିଳା ସଭାନେତ୍ରୀ ତନୁଜା ଶତପଥୀ, ଉପ ସଭାପତି ନରସିଂହ ମାଳ ବିଷୋୟୀ, ସମ୍ପାଦକ ହିମାଂଶୁ ଲିମ୍ମାପ୍ରମୁଖ ଉଦବୋଧନ ଦେଇ କହିଥିଲେ ଯେ ଯାର କେହି ସାହଭରସା ନାହିଁ ତାକୁ ଏହି ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ମାନେ ସମସ୍ତ ପ୍ରକାର ସାହାଯ୍ୟ ଓ ସାହୋଜଗ ଯୋଗାଇ ଦେବ ବୋଲି କହିଥିଲେ l ଆନ୍ତର୍ଜାତିକ ମାନବାଧିକାର ରକ୍ଷକର ରାଜ୍ୟ ଚେୟାରମେନ ମୀନକେତନ ପଟ୍ଟନାୟକ କହିଥିଲେ ଯେ ଆଗାମୀ ଦିନରେ ସଂତ୍ସା ପକ୍ଷରୁ ଆମ୍ବୁଲାନ୍ସ ସଭିସ, ଅନାଥ ପିଲାମାନଙ୍କ ରହିବା ପାଇଁ ଜର ଶ୍ରମ ନିର୍ମାଣ କରାଯିବ ବୋଲି କହିଥିଲେ 5 ଆଜିର ଏହି ଉଦଘାଟନ ଉତ୍ସବ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ମାନବ ଅଧିକାର ରକ୍ଷକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ