ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ଅବସରରେ ପୁନର୍ବାସ ପକ୍ଷରୁ ଶୀତବସ୍ତ୍ର ବଂଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଭିନ୍ନକ୍ଷମମାନଙ୍କ ଅଧିକାର,ସଚେତନତା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ଅବସରରେ ଏକ ଶୀତବସ୍ତ୍ର ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ସମାଜର ମାନସିକ ଅନଗ୍ରସର ବ୍ୟକ୍ତି ଓ ପିଲାମାନଙ୍କୁ ଶୀତବସ୍ତ୍ର କମ୍ବଳ ବଂଟନ କରିଥିଲେ । ଏହି ଅବସରରେ ଶ୍ରୀ ଦାସ ସମସ୍ତଙ୍କ ସହଯୋଗ ଓ ସହଭାଗିତାରେ ଭିନ୍ନକ୍ଷମମାନଙ୍କ ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ “ପୁନର୍ବାସ”ର ମୁଖ୍ୟ ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟ, ଉପସଭାପତି ଆଇନଜୀବି ଶେଷଦେବ ପ୍ରସାଦ ଦାସ, ସମ୍ପାଦିକା ବନସ୍ମିତା ନାୟକ, ଜ୍ୟୋତିରଞ୍ଜନ ନାୟକ, ମହମ୍ମଦ ଜାହିଦ ଖାନ, ନିମାଇଁ ଚରଣ ମାନସିକ ନ୍ୟୁନତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ ଦାସ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । “ପୁନର୍ବାସ” ଅନୁଷ୍ଠାନ ପକ୍ଷରୁ ରଞ୍ଜନ କୁମାର ସ୍ୱାଇଁ ଓ ମନୋଜ କୁମାର ରାଉତ ଶିବିର ପରିଚାଳନା କରିଥିଲେ ।