ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ

ବ୍ରହ୍ମପୁର, ( ଅନିଲ କୁମାର) : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଗୋପାଳପୁର ଦ୍ୱାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଆୟୋଜନ କରି ଗ୍ରାମୀଣ ମହିଳାମାନେ କିଭଳି ସଶକ୍ତ ହୋଇ ସେମାନେ ବିଭିନ୍ନ ଯୋଜନା ତଥା କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସେହି ସମ୍ପର୍କରେ ଅବଗତ କରାଯାଇଥିଲା । ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସୁଧାର ଦିଗରେ ଆଲୋକପାତ କରାଯାଇ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଏବଂ ଗ୍ରାମାଞଳରେ ଲିଙ୍ଗଗତ ସମାନତା, ମହିଳା ଅଧିକାର ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଙ୍ଗମିତ୍ରା ଦଲାଇ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଅତିଥି ରୂପେ ଯୋଗଦାନ ନିଜ ନିଜର ବକ୍ତବ୍ୟରେ ସମାଜରେ ନାରୀ ସଶକ୍ତିକରଣ ଦିଗରେ ଅଲୋକପାତ କରାଇଥିଲେ। ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ ଗୋପାଳପୁର ମହିଳା ସରପଞ୍ଚ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ସ୍ୱ-ଶାସନ, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ଦିଗରେ ଅବଗତ କରାଇଥିଲେ ।ଯେଉଁମାନେ ଗ୍ରାମୀଣ ମହିଳାଙ୍କ ଜୀବିକା ସୁନିଶ୍ଚିତ କରନ୍ତି, ଓଡିଶା ଜୀବିକା ମିଶନ ଅଧୀନରେ ଲିଙ୍ଗ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରୁଥିବା ଦିଶା ପ୍ରଶିକ୍ଷକ ଏବଂ ଅନ୍ୟ ସମସ୍ତ ଗ୍ରାମୀଣ ମହିଳା ଗ୍ରାମୀଣ ବିକାଶ, ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଇତ୍ୟାଦି କ୍ଷେତ୍ରରେ ବହୁତ ସଫଳତା ହାସଲ କରୁଥିବା ଜଣାଇ ଦିଆଯାଇଛି | ଗ୍ରାମାଞ୍ଚଳର ମହିଳାମାନଙ୍କ ସଶକ୍ତିକରଣ ଏବଂ ସମର୍ଥନ କେବଳ ସ୍ଲୋଗାନ ନୁହେଁ ବରଂ ଅତ୍ୟାବଶ୍ୟକ କ୍ଷେତ୍ରରେ ଏହାର ବିନିଯୋଗ ନିମନ୍ତେ ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ରହିଥିବା କୁହାଯାଇଛି । ଶିକ୍ଷାର ଅଗ୍ରଗତି ଦିଗରେ ଗ୍ରାମୀଣ ବାଳିକା ଏବଂ ମହିଳାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଯୋଗାଇବା, ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଯୋଗଦାନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ ଉନ୍ନତି ପାଇଁ ଉଦ୍ୟୋଗୀ କରାଇ ଆର୍ଥିକ ସମ୍ବଳ ଦିଗରେ ଏବଂ ସେମାନଙ୍କ ସମୃଦ୍ଧ ହେବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ କୁହାଯାଇଥିଲା ଗ୍ରାମୀଣ ମହିଳା ମହିଳାମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟସେବା ସମେତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ