ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ମହାସମାରୋହରେ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସମଗ୍ର ଶିକ୍ଷାଅଭିଯାନ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିଅମ ପରିସରରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପରିଷଦ ର ଉନ୍ନୟନ ଅଧିକାରୀ ମଧୁମିତା ଯୋଗ ଦେଇ ମହାପ୍ରଭୁ ଶ୍ରୀଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ଦୀପ ପ୍ରଜ୍ବଳନ କରି ଶୁଭଆରମ୍ଭ କରିଥିଲେ, ପରେ ବିଭିନ୍ନ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ବ୍ୟବସ୍ଥା ପରିଦର୍ଶନ କରି ସେମାନଙ୍କକଳା କୌଶଳ କୁ ଭୁୟସୀ ପ୍ରଂଶସା କରିଥିଲେ, ଏହାପରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଙ୍କୁ ନେଇ ପଦ ସଂଚାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ମୁଖ୍ୟ ଅତିଥିଙ୍କ ସହ ଜିଲ୍ଲା ଶିକ୍ଷାଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ, ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ର ସମସ୍ତ ସଂଯୋଜକ ଯୋଗଦେଇ ଏହାକୁ ସବୁଜ ସଂକେତ ପ୍ରଦାନ କରିଥିବା ବେଳେ ସମସ୍ତ ଅତିଥି ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଙ୍କ ସହ ପଥ ସଂଚାଳନ କରିଥିଲେ, ଷ୍ଟାଡିଅମ ର ପ୍ରବେଶ ପଥ ନିକଟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରି ସେମାନଙ୍କୁ ଉତ୍ସାହିତ କରାଇଥିଲେ l ଏହାସହିତ ସେମାନଙ୍କ ମଧ୍ୟ ରେ ହୁଇଲ ଚେୟାରଦୌଡ଼, ମ୍ୟୁଜିକାଲ ଚେୟାର, ଦୌଡ଼, ବାଲଟି -ପେଣ୍ଡୁ ପିଙ୍ଗା, ସଂଗୀତ, ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗୀ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସଂସ୍କୃତିକ କାର୍ଯ୍ୟକ୍ରମକୁ ଅତିରିକ୍ତ ଜ଼ିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଉଦଘାଟନ କରିଥିଲେ l ଅତିରିକ୍ତ ଜ଼ିଲ୍ଲାପାଳଙ୍କ ସମେତ ଜ଼ିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପଟନାୟକ, ବରିଷ୍ଠ ବୈଷୟିକ ପରାମର୍ଶଦାତା ଇଂ. ମନୋଜ କୁମାର ବେହେରା ଓ ବରିଷ୍ଠ ବୈଷୟିକ ପରାମର୍ଶଦାତା ନୀଳକଣ୍ଠ ସୁନ୍ଦରାୟ,ଅର୍ଥ ପରାମର୍ଶଦାତା ଶ୍ରୀ ପରିଡା, ଏସଏସଟି ବିଭାଗ ସଂଯୋଜକ ଡ଼ଃ ସରୋଜ ମୋହନ ପାଳ, ଶିକ୍ଷାଶାସ୍ତ୍ର ବିଭାଗ ସଂଯୋଜକ ସନ୍ତୋଷ ପଣ୍ଡା, ଗଞ୍ଜାମ ବିଇଓ ତଥା ଅନସ୍ଲୋ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ତରଫରୁ ପ୍ରକାଶିତ ତ୍ରୟୋଦଶ ବାର୍ଷିକ ପତ୍ରିକା “ପ୍ରୟାସ” ର ଶୁଭ ଉନ୍ନ୍ମୋଚନ କରିଥିଲେ l ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ନୃତ୍ୟ ଓ ସଂଗୀତ କଳା ସମସ୍ତଙ୍କୁ ବିମୋହିତ କରିଥିଲା,ଗଞ୍ଜାମ ବ୍ଲକର ଶିକ୍ଷକ ପ୍ରୀତିରଂଜନ ପ୍ରଧାନ ଓ ତାଙ୍କ ସହଯୋଗୀ ସମସ୍ତଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥିବା ବେଳେ ଭଞ୍ଜନଗର ବ୍ଲକର ଶିକ୍ଷକ ସୁଦାମ ଦଳ ବେହେରା ନିଜର ଯାଦୁ କଳା କୌଶଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲେ, ଉଦଯାପନୀ ସମାରୋହ ରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ ପରିଚାଳନା କରିଥିବା ବେଳେ , ସମଗ୍ର ଶିକ୍ଷାଅଭିଯାନ କାର୍ଯାଳୟ ର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ଙ୍କସମେତ ଆନ୍ୟନ୍ୟ ସମସ୍ତ କର୍ମକର୍ତା, ସମସ୍ତ ଗୋଷ୍ଠୀ ସମ୍ବଳ କର୍ମୀ, ଅନ୍ତର୍ନିବେଶୀ ଶିକ୍ଷା ସ୍ବେଛାସେବୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । କରାଯାଇଥିଲା, ପରିଶେଷରେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବିଭିନ୍ନ ଦିବ୍ୟାଙ୍ଗଣ ବର୍ଗ ର ମୋଟ ୧୦୦୦ଜଣ ଶିକ୍ଷାର୍ଥୀ ସେମାନଙ୍କ ପିତା ମାତା ଅଭିଭାବକଙ୍କ ସହ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ