ଆନ୍ତର୍ଜାତୀୟ ପେନସନ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମେଡିକାଲ ରୋଡସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ପରିସରରେ ସଙ୍ଘ ପକ୍ଷରୁ ଆନ୍ତର୍ଜାତୀୟ ପେନସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ସଙ୍ଘର ଉପଦେଷ୍ଟା ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଡିସେମ୍ବରମାସ ୧୭ତାରିଖରେ ସରକାରୀ ସ୍ତରରେ ପେନସନ ଦିବସ ପାଳନ କରାଯିବା ସହ ପେନସନଭୋଗୀମାନଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ କରିବା, ପେନସନ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରିବା, ପ୍ରତ୍ୟେକ ପେନସନରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ବରିଷ୍ଠ ନାଗରିକ ଭାବେ ପରିଚୟପତ୍ର ପ୍ରଦାନ କରାଯିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହାବ୍ୟତିତ ପେନସନଭୋଗୀମାନେ ସାଂସାରିକ ଜଞ୍ଜାଳରୁ ମୁକ୍ତ ରହି ନିଜକୁ ସମାଜସେବାରେ ନିୟୋଜିତ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଆଲୋଚନା ଚକ୍ରରେ ସଙ୍ଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ପରିବେଶବିତ କାଶୀନାଥ ରାଉତରାୟ, ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ରଙ୍ଗାଧର ସାହୁ, ଭ୍ରମର ରାଉତ, କ୍ଷୀରୋଦ ପ୍ରସାଦ ଦାସ, ମହମ୍ମଦ ଜାହିଦ, ରବିନ୍ଦ୍ର ନାଥ ରଥ, କେଶବ ଚରଣ ସେଠୀ, ପତିତପାବନ ଲେଙ୍କା, ଶିଶିର କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ