ଆନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍‌-ସେମିରେ ୟୁନିୟନ ସ୍ପୋଟିଂ,କଟକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଗତ ଶୁକ୍ରବାର ଠାରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ୨୭ତମ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍‌ର ସୋମବାର ୪ର୍ଥ ଦିନର ମ୍ୟାଚ୍ କ୍ୱାଲିଟ୍ କ୍ରିକେଟ ଟିମ୍ ବାଙ୍ଗ୍‌ଲାଦେଶ ବନାମ ୟୁନିୟନ ସ୍ପୋଟିଂ, କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟୁନିୟନ ସ୍ପୋଟିଂ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପଙ୍କଜ ସେନାପତି ୬୩ ଓ ତପେନ୍ଦ୍ର ସିଂ ୩୩ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ମୋହିମ୍ ୨, ହୋସେନ୍ ୧ଟି ଉଇକେଟ୍ ଅକ୍ତିଆର କରିଥିଲେ । ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ କ୍ୱାଲିଟ୍ କ୍ରିକେଟ ଟିମ୍ ବାଙ୍ଗ୍‌ଲାଦେଶ ୨୦ ଓଭରରେ ୯ ଉଇକେଟ୍ ହରାଇ ୯୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ବେଲ ହୋସେନ୍ ୩୮, ସାହାବାଜ୍ ହୋସେନ୍ ୨୨ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ଶେଖର ମାଝୀ ୩ଟି ଉଇକେଟ୍ ଅକ୍ତିଆର କରିଥିଲେ । ୟୁନିୟନ ସ୍ପୋଟିଂ,କଟକ ୯୨ ରନ୍‌ରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ୟୁନିୟନ ସ୍ପୋଟିଂର ପଙ୍କଜ ସେନାପତିଙ୍କୁ ବୀଣାପାଣି ସାହୁଙ୍କ ସ୍ମୃତିରେ ଦାସ ହୋଣ୍ଡା ପ୍ରଦତ୍ତ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାରକୁ ଅତିଥି ମନମୋହନ ସାହୁ, ସୁଧାକର ଧଳ, ରଘୁନାଥ ଚଣ୍ଡ ପ୍ରମୁଖ ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌କୁ ଅମ୍ପାୟର ସାର୍ଥକ ବିଶ୍ୱାଳ, ଲଲାଟ କେଶରୀ ନନ୍ଦ ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରୀ ଭାବେ ଇଂ.ସୁଧାଂଶୁ ଶେଖର ନାୟକ, ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ନାରାୟଣ ସାହୁ, ସ୍କୋରର ଭାବେ ସୂଚୀବ୍ରତ ରାଉତ, ଅଭିଜିତ୍ ସ୍ୱାଇଁ ଦାୟୀତ୍ୱ ତୁଲାଇ ଥିଲେ । ବିଭିିନ୍ନ କାର୍ଯ୍ୟରେ ମାସନ ପୁହାଣ, ରାଜେନ୍ଦ୍ର ଧଳ, ଲକ୍ଷ୍ମୀଧର ବିଶ୍ୱାଳ ସହଯୋଗ କରିଥିଲେ । ଆସନ୍ତାକାଲିର ସେମିଫାଇନାଲ୍ ମ୍ୟାଚ୍ ଉତ୍କଳ ୟୁନିଭରସିଟି, ଭୁବନେଶ୍ୱର ବନାମ ୟୁନିୟନ ସ୍ପୋଟିଂ,କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଓ ଉପସଭାପତି ମାନସ ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ