ଆନ୍ତର୍ଜାତୀୟ ବକ୍ସିଂ ରେଫରି ଜଜ୍ ଶିଶିର କୁମାର ପାଣିଗ୍ରାହୀଙ୍କ ପୁନେ ଯାତ୍ରା
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଜାନୁଆରି ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ୨୩ ତାରିଖରେ ସମାପ୍ତ ହେବାକୁଥିବା ଅଣ୍ଡର -19 ମେନସ ଏଣ୍ଡ ଉମେନ ଇଣ୍ଡିଆନ ବକ୍ସସିଙ୍ଗ ଟିମ ଚୟନ ଶିବିରରେ ଟେକ୍ନିକାଲ ଅଫିସିଆଲ୍ ଭାବେ ଯୋଗ ଦେବାପାଇଁ ଆନ୍ତର୍ଜାତୀୟ ବକ୍ସିଂ ରିଫେରୀ ତଥା କୋଚ୍ ଶିଶିର କୁମାର ପାଣିଗ୍ରାହୀଙ୍କ ପୁନେ ଅଭିମୁଖେ ଯାତ୍ରା କରିଛନ୍ତି, ଏହି ଚୟନ ଶିବିରରେ ପ୍ରାୟ ଭାରତର ସମସ୍ତ ରାଜ୍ଯ ଓ ୟୁନିଟର ଜାତୀୟ ପଦକ ବିଜେତା, ଯୋଗ୍ୟ ପୁରୁଷ ଏବଂ ମହିଳା ବିକ୍ସର ଅଂଶ ଗ୍ରହଣ କରିବେ, ଚୟନ ଶିବିର ବକ୍ସସିଙ୍ଗ ଫେଡେରେସନ ଅଫ ଇଣ୍ଡିଆ ଏଣ୍ଡ ଏଏସଆଇ ପୁନେ ମହାରାଷ୍ଟ୍ରର ମିଳିତ ଆନୁକୁଲ୍ୟରେରେ ପୁନେ ସହର ସ୍ଥିତଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ହେବ ବୋଲି କେ ପ୍ରଭାକର ରାଓ ଜଣାଇଛନ୍ତି, ଆଶିର୍ବାଦ ବେହେରା, ଅଭିଜିତ ପାଲ, ଅଶୋକ କୁମାର ସାହୁ, ରାଜ୍ୟ ବକ୍ସି ସମ୍ପାଦକ ଅନିଲ ବହିଦାର, ରାଜ୍ଯ ବକ୍ସିଂ ସଭାପତି ରଘୁନନ୍ଦନ ପାଢୀ, ରବିଶଙ୍କର ପ୍ରତିହାରି, କେ ପ୍ରଭାକର ରାଓ, ଅଞ୍ଜନ ଦାସ, ବିଜୟ ଦାସ, ବାବୁ ପାତ୍ର, ଶିବରାମ ପାତ୍ର, ଏସ କେ ନାୟକ, ଶରତ ମହାପାତ୍ର, ବସନ୍ତ ପାଣିଗ୍ରାହୀ, ଉପେନ୍ଦ୍ର ପଟ୍ଟନାୟକ, ପ୍ରଶାନ୍ତ ରାଉତ, ବି ଏସ ସାମନ୍ତ, ପୂର୍ଣ୍ଣ ପାତ୍ର ଓ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡାଙ୍କ ସମେତମହାତ୍ମା ଗାନ୍ଧୀ ଷ୍ଟାଡିୟମ ବ୍ରହ୍ମପୁରର ସମସ୍ତ ସଦସ୍ୟ ଡିଡିଏଏର ସମସ୍ତ ସଦସ୍ୟ ଏବଂ ବହୁ ବକ୍ସର ଓ କ୍ରୀଡାବିତ ସମସ୍ତେ ଶ୍ରୀ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


