ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଅକ୍ଟୋବର ୦୧ ତାରିଖ ଦିନ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ଆୟୁଷ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଅଧ୍ୟକ୍ଷତା କରିଥବା ବେଳେ ଅତିଥି ଭାବେ ବରିଷ୍ଠ ନାଗରିକ ବ୍ରଜବନ୍ଧୁ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗ ଦେଇଥିଲେ। ବିଶ୍ୱ ବରିଷ୍ଠ ନାଗରିକ ଦିବସର ଉଦ୍ଦେଶ୍ୟ ନେଇ ଡାକ୍ତର ବିଶ୍ୱାଳ ସୂଚନା ଦେଇଥିବା ବେଳେ ଡାକ୍ତର ରାଉତ, ଅତିଥି ଦ୍ବୟ ଶ୍ରୀ ମିଶ୍ର ଓ ଶ୍ରୀ ମହାରଣା ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ଵାଇଁ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଏକ ଉତ୍ତମ ବ୍ୟାୟାମ ଚଳାବୁଲାକରିବା, ଯୋଗ କରିବା, ସରଳ ଖାଦ୍ୟ ଖାଇବା, ନିଶା ଜିନିଷ ବ୍ୟବହାର ନକରିବା, ଶାନ୍ତିରେ ରହିବା ପାଇଁ ଓଁକାର ଧ୍ଵନି ସହ ଠାକୁରଙ୍କୁ ପ୍ରାର୍ଥନା କରିବା ପାଇଁ ପରାମର୍ଶ ଦେଇଥିଲେ। ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର ଓ ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାମାଜିକ ଦୂରତା ବଜାୟ ରଖି ବହୁ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିଥିଲେ। ଏଥିପୂର୍ବରୁ ଗତ ସେପ୍ଟେମ୍ବର ୨୮ ତାରିଖ ଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ମଧ୍ୟ ପାଳନ ହୋଇଥିଲା। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରଜନୀ କୁମାରୀ ପୃଷ୍ଟି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ