ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ବନ୍ଦର ଗୁଡ଼ିକର ପଏଣ୍ଟ ଅଫ୍ ଏଣ୍ଟ୍ରିରେ ସମୀକ୍ଷା

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ସମସ୍ତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କଠୋର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇପାରିବ। ମନ୍ତ୍ରଣାଳୟର ‘ମଙ୍କିପକ୍ସ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ। ଏହା ସହିତ ପ୍ରତି ବନ୍ଦରର ପ୍ରବେଶ ମାର୍ଗରେ ହସ୍ପିଟାଲ୍ ସହିତ ଏକ ଉପଯୁକ୍ତ ଲିଙ୍କେଜ ବ୍ୟବସ୍ଥା ସ୍ଥାପନ କରାଯାଇଛି ଯଦ୍ବାରା ସଠିକ୍ ସମୟରେ ରେଫରାଲ୍ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇପାରିବ। ବୈଠକରେ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ସେଲର ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ