ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଶାରିରୀକ ଭିନ୍ନକ୍ଷମ ପିଲାମାନଙ୍କ ଅଧିକାର ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ପ୍ରେରଣା ଯୋଗାଇବା ପାଇଁ, ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା।ଏ.ଡି. ଯେ.ଏମ ଓ ତାଳୁକା ଆଇନ ସେବା ଦ୍ୱାରା ଆୟୋଜିତ ସଭା ରେ ଭଞ୍ଜନଗର ଜୁଡିସିଆଲ ବିଚାରପତି, ଭଞ୍ଜନଗର ଉପଜିଲ୍ଲାପାଳ , ଏସ. ଡି. ପି.ଓ ଭଞ୍ଜନଗର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଭିନ୍ନ କ୍ଷମ ଶବ୍ଦ ର ଅର୍ଥ କୁ ଅନର୍ଥ ରେ ନ ନେଇ କିପରି ସେମାନଙ୍କୁ ସାମାଜିକ ସୁରକ୍ଷା ମିଳି ପାରିବ ସେଥିପାଇଁ ଦୃଷ୍ଟି ଦେବାକୁ କହିଥିଲେ।ଏହି ଭିନ୍ନ କ୍ଷମ ଦିବସରେ ଅତିଥିମାନେ ଭିନ୍ନ କ୍ଷମ ବ୍ୟକ୍ତି ବିଶେଷଜ୍ଞ ମନୋବଳ କୁ କିପରି ଦୃଢ କରାଯିବ ସେଥିପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।ଭଞ୍ଜନଗର ଉପଖଣ୍ଡ ରେ ବହୁ ମୁକ ,ବଧିର, ଦୃଷ୍ଟି ବାଧିତ,ଅକର୍ମଣ୍ୟ ଭାଇ ଭଉଣୀ ମାନେ ଅଛନ୍ତି ଓ ସେମାନେ ଆଜି ମଧ୍ୟ ଅବହେଳିତ ଅଛନ୍ତି।ତେଣୁ ଏହି ବ୍ୟକ୍ତି ମାନଙ୍କୁ ସଠିକ ଚିହ୍ନଟ କରି ସରକାରୀ ଯୋଜନାରେ ସାମିଲ କରିବାକୁ ମତାମତ ଦେଇଥିଲେ।ଏହି ସ୍ୱତନ୍ତ୍ର ଉତ୍ସବରେ ଭିନ୍ନ କ୍ଷମ ଭାଇ ଭଉଣୀ ମାନଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ