ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ…
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ବେଳାଭୂମି ରେ ମହିଳା ମାନଙ୍କୁ ସଂମାନ ଜଣାଇ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି | ଏ ବର୍ଷ ର ଥିମ କୁ ଆଧାର କରି ପୁରୀ ର ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି ଏଥିରେ ସେ ନାରୀ ମାନଙ୍କୁ ସଂମାନ ଜଣାଇବା ସହିତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ପକ୍ଷପାତ ନ କରି ସମ ଦୃଷ୍ଟି ରେ ଦେଖିବା ସହିତ ନାରୀମାନଙ୍କ ର ସମାଜ ରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା କଳାଟି 15 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 15 ଟନ ବାଲି ବ୍ୟବହାର କରାଯାଇଛି | ଏହି ବାଲୁକା କଳା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7 ଘଣ୍ଟା ସମୟ ଲାଗିଥିଲା | ଏଥିରେ ସେ “Break The Bias” ର ବାର୍ତ୍ତା ଦେଇଛନ୍ତି |