ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଯୋଡ଼ା (ଯୁଗାଦ୍ଦ) : ଅଂଚଳର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଯୋଡା ବ୍ଲକ ଅନ୍ତର୍ଗତ କାଳିମାଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ରବିବାର ପୂର୍ବାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଜଣ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟତଃ ମହିଳା ମାନେ ପୁରୁଷମାନଙ୍କ ପରି ସବୁ କ୍ଷେତ୍ରରେ ସମାନ ଅଧିକାର ପାଇବାର ହକଦାର ଅଛି ବୋଲି କାଳିମାଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ରମଣୀ ରଂଜନ ପାତ୍ର ମତବ୍ୟକ୍ତ କରିଥିଲେ । ଏହାଛଡା ମହିଳାମାନଙ୍କ ପ୍ରତି ସମାଜରେ ହେଉଥିବା ଅତ୍ୟାଚାର ଓ ସମାଜରେ ଘଟୁଥିବା ବିଭିନ୍ନ ଅପରାଧିକ ଘଟଣା ଉପରେ ସ୍ୱାସ୍ଥ୍ୟ ପରିଦର୍ଶନ ଅଚ୍ୟୁତାନନ୍ଦ ପାତ୍ର ବର୍ଣ୍ଣନା କରିଥିଲେ । ପରିଶେଷରେ ମହିଳା ସ୍ୱାସ୍ଥ୍ୟକର୍ମୀ ସୋମାଲିନ୍ ରାଉତ ଉପସ୍ଥିତ ଥିବା ମହିଳାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆସ୍‌ପାୟାର ପକ୍ଷରୁ ଯୋଡା ଆଇସିଡିଏସ୍ ସଭାଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଡା ଇଷ୍ଟ୍ ଏମ୍‌ଇ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ମହାପାତ୍ର, ମହିଳା ଖବରଦାତା ସରୋଜୀନୀ ଶତପଥୀ, ଯୋଡା ବିକାଶ ପରିଷଦର ସଭାପତି ନିରଂଜନ ବହିଦାର ଙ୍କ ସମେତ ଯୋଡା ଅଂଚଳର ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନଓାଡି କର୍ମୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆରବିସିର ଛାତ୍ରୀମାନେ ମହିଳା ସଶକ୍ତି କରଣ ଉପରେ ନୃତ୍ୟ ପରିବେଷଣ କରିଥିଲେ । ଆସ୍‌ପାୟାର ର ପ୍ରେମଶିଳା ମହାନ୍ତି, ନମିତା ଦାସ, ରଶ୍ମିରେଖା ବେହେରା, ଅଭିରାମ୍ ମାଝି ଓ ମୁକ୍ତିକାନ୍ତ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ