ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସମ୍ପ୍ରତି ସାରା ବିଶ୍ୱରେ ଆନୁମାନିକ ଭାବେ ୬୫୦୦ ପ୍ରକାରର ବିଭିନ୍ନ ଭାଷା ବ୍ୟବହୃତ ହେଉଥିବା ଜଣାଯାଏ।ଭାରତୀୟ ସମ୍ବିଧାନର ଅଷ୍ଟମ ନିର୍ଦ୍ଧାରଣରେ ୨୨ଟି ଭାଷାକୁ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇ ଥିଲା ବେଳେ କନ୍ନଡ଼, ମାଲୟଲମ, ଓଡ଼ିଆ, ସଂସ୍କୃତ,ତାମିଲ ଓ ତେଲୁଗୁ ଭାଷାକୁ ସାଂସ୍କୃତିକ ଭାଷା ଭାବେ ମାନ୍ୟତା ପ୍ରଦାନ କରାଯାଇଛି।ଭାରତରେ ୧୨୧ ଟି ଭାଷା ପ୍ରଚଳିତ ହେଉଥିବା ବେଳେ ୨୭୦ ଟି ମାତୃଭାଷା ପ୍ରଚଳିତ ହେଉଥିବା ସରକାରୀ ତଥ୍ୟରୁ ଜଣାପଡିଛି।ଏଣୁ ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ବିଷୟରେ ସଚେତନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୨୧ରେ ସାରା ବିଶ୍ୱରେ ଆୟୋଜିତ ହେଉଛି ଆନ୍ତର୍ଜାତୀୟ ମାତୃଭାଷା ଦିବସ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ପାଳିତ ହୋଇଛି ଆନ୍ତର୍ଜାତୀୟ ମାତୃଭାଷା ଦିବସ।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଚଳିତ ମାତୃଭାଷାର ବୈଶିଷ୍ଠତା,ଉପଯୋଗୀତା ଏବଂ ବିବିଧତା ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ଏହାର ସଚେତନତା ସମ୍ପର୍କରେ ଆଲୋଚିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ସମେତ ଉପେନ୍ଦ୍ର ସାବତ,ଲାଲ ମୋହନ ସାହୁ, ବୈକୁଣ୍ଠ ପାଠୀ, ରଶ୍ମିତା ପାଢ଼ୀ, ଶ୍ୱେତା ସେଠୀ, ପ୍ରସନ୍ନ କୁମାର ଗୌଡ଼,ଐଶ୍ୱର୍ଯ୍ୟା ପଟ୍ଟନାୟକ, ହେମନ୍ତ ନନ୍ଦ, ଦିବ୍ୟ ଜ୍ୟୋତି ପଣ୍ଡା,ଦୀପ୍ତି ପଟ୍ଟନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଓ ବ୍ଳକର ବହୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି ।