ଆନ୍ତର୍ଜାତୀୟ ମାନବାଧିକାର ଦିବସ

ରାୟଗଡା, (ବିଶ୍ୱରାଜ ଛିଞ୍ଚାଣି):ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଖବର | ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ମାନବାଧିକାର ଡିଫେଣ୍ଡର ଦକ୍ଷିଣ ପଶ୍ଚିମ ବ୍ଯୁରୋ ଅନୁବ୍ରତ ବାରାଙ୍କ ନେତ୍ବରେ ଏହି ଦିବସ ପାଳନ କରାଯାଇଛି |କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଉତ୍କଳ ଆଲୁମିନା କାରଖାନା ୟୁନିଟ୍ ହେଡ୍(ସିଇଓ) ମଜହର ବେଗ୍ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ପଦ୍ମନାଭ ଦାସ, ଓକିଲ , ୟେଲ୍ଲା କଣ୍ଡାବାବୁ, ଟ୍ରକ ୟୁନିଅନ୍ ର ସଭାପତି, ଉତ୍କଳ ଆଲୁମିନାର ଶ୍ରୀମତୀ ହୀନ୍ନା ବେଗ୍ ଏବଂ ମୁଖ୍ଯ ବକ୍ତା ରୂପେ ରାୟଗଡ ମହାବିଦ୍ଯାଳୟ ଅଧ୍ଯାପିକା ମାନଶୀ ମହାନ୍ତି ଏବଂ ଅନ୍ତରରଷ୍ଟ୍ରୀୟ ମାନବ ଅଧିକାର ମହିଳା ସମ୍ପାଦିକା ଜ୍ୟୋତିସ୍ମିତା ପଣ୍ଡା ରହି ଆନ୍ତଜାତୀୟ ମାନବାଧିକାର ଦିବସ ସମ୍ପର୍କରେ ନିଜ ନିଜ ମତବ୍ଯକ୍ତ କରିଥିଲେ | ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ଯକ୍ତି ବିଶେଷଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା, ସେମାନଙ୍କ ମଧ୍ଯରେ ସାମ୍ବାଦିକତା କ୍ଷେତ୍ରରେ ଗୁରୁପ୍ରସାଦ ସାହୁ ଏବଂ ବୀଜୟ ଦାସଙ୍କୁ ମଧ୍ଯ ସମ୍ବୋଦ୍ଧିକ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ